ବନ ବିଭାଗ ଦ୍ବାରା ତପ୍ତପାଣି ଉଷ୍ମ ପ୍ରସବଣ ଠାରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ତପ୍ତପାଣି ଉଷ୍ମ ପ୍ରସବଣ ଠାରେ ପାରଳାଖେମୁଣ୍ଡି ବନଖଣ୍ଡର ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦ ଙ୍କ ଆହ୍ୱାନ କ୍ରମେ ଏକ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି I ତପ୍ତପାଣି ଉଷ୍ମ ପ୍ରସବଣ କୁ ପ୍ଲାଷ୍ଟିକ ମୁକ୍ତ କରିବା ନିମନ୍ତେ ନିକଟସ୍ଥ ଦୋକାନ ଓ କମିଟି ର ସଦସ୍ୟ ମାନଙ୍କୁ ଏହାର ଭୂମିକା ଓ ଦାୟିତ୍ୱ ବିଷୟରେ ସଚେତନତା କରଯାଇଥିଲା I ତପ୍ତପାଣି ଉଷ୍ମ ପ୍ରସବଣ ଠାରେ ଭିତର ପାଖରେ ଏବଂ ଆଖପାଖ ଅଞ୍ଚଳରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ସହ ପରିବେଶ କୁ ସଫା ସୁତୁରା କରଯାଇଥିଲା I ଏଥିପାଇଁ ନିକଟସ୍ଥ ଆଖପାଖ ଦୋକାନ ଗୁଡ଼ିକରେ ବନ ବିଭାଗ ତରଫରୁ ଡଷ୍ଟବିନ ପ୍ରଦାନ କରଯାଇଥିଲା ଯାହାକି ଆଗାମୀ ଦିନରେ ଉକ୍ତ ଅଞ୍ଚଳରୁ ପ୍ଲାଷ୍ଟିକ ମୁକ୍ତ କରାଯାଇପାରିବ I ଆଜି ଏହି ପ୍ଲାଷ୍ଟିକ ମୁକ୍ତ ଅଭିଯାନ ରେ ସ୍ଥାନୀୟ ସ୍ବେଛସେବୀ ସଂଗଠନ , ବିଭିନ୍ନ ଅଞ୍ଚଳରୁ ଆସିଥିବା ପର୍ଯ୍ୟଟକ, ମନ୍ଦିର ପରିଚାଳନା କମିଟି, ତପ୍ତପାଣି ବଜାର କମିଟି ର ସଦସ୍ୟ, ସ୍କୁଲ ର ଛାତ୍ର ଛାତ୍ରୀ, ବନ ବିଭାଗ ତରଫରୁ ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦ, ସହକାରୀ ବନ ସଂରକ୍ଷକ ଶ୍ରୀ ଅରୁଣ କୁମାର ସାହୁ, ସମସ୍ତ ବନାଞ୍ଚଳ ଅଧିକାରୀ, ଏବଂ ସମସ୍ତ ଜଙ୍ଗଲ ସୁରକ୍ଷା କର୍ମୀ ଅଂଶ ଗ୍ରହଣ କରିଥିଲେ I ଶେଷରେ ତପ୍ତପାଣି ମୃଗ ବିହାର ଠାରେ ଚଳିତ ବର୍ଷ ଜଙ୍ଗଲରେ ନିଆଁ କୁ କେମିତି ଆୟତ୍ତ କରାଯିବ ସେଥିପାଇଁ ପାରଳାଖେମୁଣ୍ଡି ବନଖଣ୍ଡ ର ସମସ୍ତ ଜଙ୍ଗଲ ସୁରକ୍ଷା କର୍ମୀ ଙ୍କୁ ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦ ଏବଂ ସହକାରୀ ବନ ସଂରକ୍ଷକ ଶ୍ରୀ ଅରୁଣ କୁମାର ସାହୁ ଏକ ଦକ୍ଷତା ତାଲିମ ପ୍ରଦାନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ