ବନ ବିହାରରେ ପୁରୁଣା ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁ ମିଳନ

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍‌):ଉପେନ୍ଦ୍ର ମହାବିଦ୍ୟାଳୟ ର ପୁରୁଣା ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗୁରୁବାର ବନ ବିିହାର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୁଣା ୧୯୯୧ ମସିହା ବେଚର ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ସାଙ୍ଗସାଥି ମେଳରେ କିପରି ହସ ଖୁସିରେ ଦିନ କଟାଇଥିଲେ ସେ ବିଷୟରେ ଆଲୋଚନା କରିବା ସହିତ ନିଜର ସେହି ମୁହୁର୍ତ୍ତକୁ ମନେ ପକାଇବା ସହ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ମଧୁର ବାଣୀ , ଓ ଶିକ୍ଷାକୁ ମନେ ପକାଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଯୋଗ ଦେବା ସହ ଛାତ୍ର ବିଜୟ କୁମାର ଦାସ ,ଅଶୋକ କୁମାର ଜେନା, ରବିନ୍ଦ୍ର ମିଶ୍ର ,ଗୈାରି ସାହୁ,ସଂଞ୍ଜୁକ୍ତା ଆଚାର୍ଯ୍ୟ ,ଅରୁଣ ବେହେରା ,ବାବୁଲି ପ୍ରଧାନ ,ନମିତା କୁମାରୀ ନନ୍ଦ , ସମେତ ଛାତ୍ରଛାତ୍ରରୀ ମାନଙ୍କର ଅଭିଭାବକ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ