୧୦ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆରଏସ୍ଏସ୍ ମୁଖ୍ୟ
ଭୂବନେଶ୍ୱର,(ଯୁଗାବ୍ଦ ନ୍ୟୁଜ): ଓଡିଶାରେ ପ୍ରଥମ ଥର ପାଇଁ ଅଖିଳ ଭାରତ କାର୍ଯ୍ୟକାରୀ ମଣ୍ଡଳ ବୈଠକ ଅନୁଷ୍ଠିତ ହେବ । ୧୦ ଦିନିଆ ଗସ୍ତରେ ଆସିବେ ଆରଏସଏସ ମୁଖ୍ୟ ମୁଖ୍ୟ ମୋହନ ଭାଗବତ । ଆସନ୍ତା ମଙ୍ଗଳବାର ଠାରୁ ଭୂବନେଶ୍ୱରରେ ୧୦ ଦିନିଆ କାର୍ଯ୍ୟକ୍ରମ ରହିଛି । ଆରଏସଏସର୩୨୦ ପ୍ରତିନିଧି ଯୋଗଦେବେ ।ସର ସଂଘ ଚାଳକ ମୋହନ ଭାଗବତଙ୍କ ସହ ସମସ୍ତ ସର କାର୍ଯ୍ୟବାହ ମଧ୍ୟ ଯୋଗଦେବେ ।ଏଥି ସମେତ ମଣ୍ଡଳ ବୈଠକରେ ବିଜେପି ରାଷ୍ଟ୍ରିୟ କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା , ବିଜେପି ରାଷ୍ଟ୍ରିୟ ସାଂଗଠନିକ ମହାମନ୍ତ୍ରୀ ବି ଏଲ . ସନ୍ତୋଷ ଯୋଗ ଦେଇପାରନ୍ତି ।


