ବରଗଛ ଡାଳ ମଥାରେ ପଡ଼ି କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ମୃତ୍ୟୁ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମ୍ୟୁନିସିପାଲଟିର ସଫେଇ କର୍ମଚାରୀ କୁନା ବେହେରା (୩୦) ସଫେଇ କରୁଥିବା ବେଳେ ବରଗଛ ଡାଳ ଭାଙ୍ଗି ମଥାରେ ପଡ଼ିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଆଗକୁ ପାର୍ବଣ ଋତୁ ରାଇରଙ୍ଗପୁର ପୌରାଞ୍ଚଳ ତରଫରୁ ସଫେଇ, ପରିଷ୍କାର ଓ ପରିଛନ୍ନ କାମ ଜୋର ଚାଲିଛି । ଶନିବାର ସକାଳୁ ରାଇରଙ୍ଗପୁର ମ୍ୟୁନିସିପାଲଟିର ସଫେଇ କର୍ମଚାରୀ କୁନା ପୁରାଣାଘାଟି ଗାଁରେ ସଫେଇ କରୁଥିବା ବେଳେ ହଠାତ୍ ପାଖରେ ଥିବା ବରଗଛ ଡାଳ ଭାଙ୍ଗି ମଥାରେ ପଡ଼ିଥିଲା ବୋଲି ମୃତକଙ୍କ ସ୍ତ୍ରୀ ଲିଖିତ ଅଭିଯୋଗ ଦେଇଛି । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରିଛି । କୁନାର ମୃତ୍ୟୁ ଖବର ପାଇ ସମସ୍ତ ସଫେଇ କର୍ମଚାରୀମାନଙ୍କ ମଧ୍ୟରେ ଶୋକରେ ଛାୟା ଖେଳିଯାଇଛି ଯାଇଥିଲା । ମ୍ୟୁନିସିପାଲଟି ପ୍ରଶାସନ ଡାକ୍ତରଖାନାରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ