ବରଗଡ଼ ମୁଖ୍ୟ ଚିକିତ୍ସାଧିକାରିଣୀଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ ଫେବୃୟାରୀ ମାସ ୨୧ ତାରିଖ ଦିନ କୌଣସି ଟେଣ୍ଡର ପ୍ରକ୍ରିୟାକୁ ନେଇ ବରଗଡ଼ ଜିଲ୍ଲାପାଳ ମହୋଦୟା ବରଗଡ଼ ମୁଖ୍ୟ ଚିକିତ୍ସାଧିକାରିଣୀଙ୍କୁ ଫୋନ କରିଥିଲେ ଏବଂ ବରଗଡ଼ ମୁଖ୍ୟ ଚିକିତ୍ସାଧିକାରିଣୀ ମୁଁ ବୁଝିକରି କହୁଛି ବୋଲି କହିବାରୁ ଜିଲ୍ଲାପାଳ ମହୋଦୟା ଅସନ୍ତୋଷ ପ୍ରକାଶ କରି ଅତି ଉଚ୍ଚସ୍ୱରରେ ମୁଖ୍ୟ ଚିକିତ୍ସାଧିକାରିଣୀଙ୍କୁ ଅଯୋଗ୍ୟ, କିଛି ଜାଣିନାହାଁନ୍ତି, ଆପଣଙ୍କୁ ସେ ଚେୟାରରେ କିଏ ବସାଇଲା, ସେ ଚେୟାର ଛାଡ଼ିଦିଅନ୍ତୁ । ଲେଖିଦିଅନ୍ତୁ ଆପଣ କିଛି ଜାଣିନାହାଁନ୍ତି ବୋଲି କହି ଗାଳିଗୁଲଜ କରିଥିଲେ । ୫-ଟି ଅନୁଯାୟୀ ସମସ୍ତେ ମିଳିମିଶି କାମ କରିବା ପାଇଁ କୁହାଯାଇଛି ନା ଧମକ ଦେଇ କାମ କରିବା ପାଇଁ କୁହାଯାଇଛି । ନୂତନ କରି ଯୋଗ ଦେଇଥିବା ବରଗଡ଼ ମୁଖ୍ୟ ଚିକିତ୍ସାଧିକାରିଣୀ ଜିଲ୍ଲାପାଳଙ୍କର ବ୍ୟବହାରରେ ମ୍ରିୟମାଣ ହୋଇଛନ୍ତି ଓ ତାଙ୍କର ଅସନ୍ତୋଷକୁ ଫେବୃୟାରୀ ୨୩ ତାରିଖ ଦିନ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି । ଜିଲ୍ଲାପାଳଙ୍କର ବରଗଡ଼ ମୁଖ୍ୟ ଚିକିତ୍ସାଧିକାରିଣୀଙ୍କ ପ୍ରତି ଏଭଳି ଦୁର୍ବ୍ୟବହାରକୁ ଓମ୍‌ସା ଦୃଢ ନିନ୍ଦା କରୁଛି ଓ ଜିଲ୍ଲାପାଳଙ୍କ ବିରୁଦ୍ଧରେ ସରକାର ତୁରନ୍ତ ବିହିତ ପଦକ୍ଷେପ ନେବା ପାଇଁ ଦାବି କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ