ବରପଲ୍ଲୀ ଠାରେ ସ୍ଵଛତା ଅଭିଯାନ ଓ ବୃକ୍ଷରୋପଣ
ଗଂଜାମ, (ବିନୋଦ ପଲାଇ):ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବୃକ୍ଷରୋପଣ ଓ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକର୍ମ ଗଂଜାମ ଏନଏସି ଅନ୍ତର୍ଗତ ବରପଲ୍ଲୀ ଠାରେ ପାଳନ କରାଯାଇଅଛି ।କାର୍ଯ୍ୟକର୍ମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିନାଶ ମିଶ୍ର,ଏନଏସି ଅଧଃକ୍ଷା ପ୍ରତିଭା ପାଢ଼ୀ,କାଉନସିଲର ସ୍ୱାଗତ ଆଶିଷ ନାୟକ,ପୋଗ୍ରାମ କୋଡ଼ିନେଟର ଚିନ୍ମୟ ପୃଷ୍ଟି,ପରିମଳ ବିଶେସଂଜ୍ଞ ସୁମିତ ବେହେରା ଅତିଥି ରୂପେ ଯୋଗ ଦେଇଥିଲେ ।ଗ୍ରାମବାସୀ ତରଫରୁ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଛ ଦେଇ ଭବ୍ୟ ସମର୍ଦ୍ଧନା କରାଯାଇଥିଲା ।ପରିବେଶ ସୁରକ୍ଷା ଓ ପରିବେଶ ପ୍ରତି ଥିବା କର୍ତ୍ତବ୍ୟ ଉପରେ ବିସ୍ତୃତ ଭାବରେ ସମସ୍ତ ଅତିଥି ଆଲୋଚନା କରିଥିଲେ। ପରେ ବୃକ୍ଷରୋପଣ ସହ ସ୍ଵଛତା ଅଭିଯାନ କରାଯାଇଥିଲା ।ଶେଷରେ ଗ୍ରାମବାସୀଙ୍କୁ ନେଇ ଏକ ସ୍ଵଛତା ରାଲି କରାଯାଇ ଗ୍ରାମବାସୀଙ୍କୁ ସ୍ଵଛତା ବିଷୟରେ ସଚେତନ କରାଯାଇଥିଲା ।କାର୍ଯ୍ୟକର୍ମରେ ଯୁବ ଗୋଷ୍ଠି,ସ୍ୱୟଂ ସହାୟକ ଗୋଷ୍ଠୀ,ଇକୋ ୱାରୀୟର୍ସ ସଦସ୍ୟବୃନ୍ଦ,ଭରଷା ଅନୁଷ୍ଠାନ ର ଦୁର୍ଗମାଧବ ପାଣିଗ୍ରାହୀ ସହ ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଯୋଗ ଦେଇଥିଲେ ।କାର୍ଯ୍ୟକର୍ମକୁ ଅଧ୍ୟାପକ ଗଦାଧର ସାହୁ, ଶୁଭେନ୍ଦୁ କୁମାର ପଲାଇ,ସଂଗ୍ରାମ ତରାଇ,ନଳିନୀ କାନ୍ତ ଦାସ,ବିଭୂ ତରେଇ,ସାଗର ତରାଇ,ବିନୋଦ ଗୌଡ଼,ବଳିଆ ସାହୁ,ସୁଶାନ୍ତ ଗୌଡ଼, ଶିବାନନ୍ଦ ପଲାଇ,ଜିତୁ ତରାଇ,ରାକେଶ ତରାଇ,ସୌରଭ ତରାଇ,ଅମେରଶ ତରାଇ,ଅକ୍ଷୟ ପଲାଇ,ନିକୁନ ତରାଇ,ଆଦିତ୍ୟ ସାହୁ,ସୁଶୀଲ ପଲାଇ,ସୁବ୍ରତ ପଲାଇ,ବୁଲୁ ଦାସ,ବାବୁ ବାରିକି ସହ ଅନ୍ୟାନ୍ୟ ନେତୃବୃନ୍ଦ ପରିଚାଳନା କରିଥିଲେ ।