ବରଯାତ୍ରୀ ଙ୍କ ଉନ୍ମତ୍ତକାଣ୍ଡ : ଯୁବକ ଙ୍କ କାନ କାମୁଡି ରକ୍ତାକ୍ତ କଲେ, ୩ ଗିରଫ

ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡା ବ୍ଲକ କନପୁର ଗ୍ରାମ ରେଏକ ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମ କୁ ନିଆଳି ଥାନା ଅଅଁଳ ଗ୍ରାମ ରୁ ଆସିଥିବା ଏକ ବରଯାତ୍ରୀ ଦଳ ମଦ୍ୟପାନ କରି ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି । ପୋଲିସ ସୂତ୍ରରୁ ପ୍ରକାଶ ଯେ, କନପୁର ଗ୍ରାମ ରେ ଅନୁଷ୍ଠିତ ଏକ ଝିଅ ବାହାଘର କୁ ଅଅଁଳ ଗ୍ରାମ ରୁ ବର ଓ ବର ଯାତ୍ରୀ ଆସିଥିଲେ । ଭୋଜି, ଭାତ ଚାଲିଥିବାବେଳେ କନପୁର ଗ୍ରାମ ର ଶୁଭେନ୍ଦୁ ପ୍ରଧାନ ଙ୍କ ସହିତ ବରଯାତ୍ରୀ ଙ୍କ ର ବଚସା ହୋଇଥିଲା । ବର ପକ୍ଷ ରୁ ଆସିଥିବା ତ୍ରିଲୋଚନ ସାମଲ, ମନୋଜ ସ୍ଵାଇଁ, ସୌମ୍ୟରଞ୍ଜନ ସାମଲ ସଙ୍ଗବଦ୍ଧ ଭାବେ ଶୁଭେନ୍ଦୁ ଙ୍କୁ ମାଡ଼ ମାରିବା ସହିତ ମଦ ନିଶା ରେ ତାଙ୍କ କାନ କୁ କାମୁଡି ରକ୍ତାକ୍ତ କରି ଦେଇଥିଲେ । ଗୁରୁତର ଶୁଭେନ୍ଦୁ ଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ର ଏକ ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ଶୁଭେନ୍ଦୁ ଙ୍କ ଭାଇ ସମରଜିତ ଙ୍କ ଲିଖିତ ଅଭିଯୋଗ ପରେ ନିମାପଡାଥାନା ପୋଲିସ ୨୩୩/୨୨ରେ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ତିନି ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ସମଗ୍ର ନିମାପଡା ଅଞ୍ଚଳ ରେ ଚର୍ଚ୍ଚା ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ