ବରାଙ୍ଗ-ସୁନ୍ଦରାପାଳ ଓ ନିଉଦାନୀ-ମୌଦା ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : ବରାଙ୍ଗ- ସୁନ୍ଦରାପାଳ ଓ ନିଉଦାନୀ-ମୌଦା ରାସ୍ତା ନିର୍ମାଣ ପାଇଁ ଆଜି ବିଧାୟକଙ୍କ ଦ୍ୱାରା ଭିତ୍ତି ପ୍ରସ୍ଥର ସ୍ଥାପନ ହୋଇଛି । ବରାଙ୍ଗ ଓ ସୋସୋ ଠାରେ ଆୟୋଜିତ ଏହି ଭିତ୍ତି ପ୍ରସ୍ଥର ସ୍ଥାପନ ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ଆର.ଡି. ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ତାପସ ରଞ୍ଜନ ଲେଙ୍କା, ସାସୋ ସରପଞ୍ଚ କାଞ୍ଚନ ନାଇକ, ସମିତିସଭ୍ୟା ଭାନୁମତୀ ନାଇକ, ଜମ୍ଭୀରା ସରପଞ୍ଚ ଆଶାଲତା ସାହୁ, ସମିତିସଭ୍ୟ ପ୍ରଭାତ ରାଉତ, କନିଷ୍ଠଯନ୍ତ୍ରୀ କ୍ଷୀରୋଦ କୁମାର ବେହେରା, ଦାଶରଥି ସେଠୀ ପ୍ରମୁଖ ଯୋଗଦେଇ ନଡିଆଭାଙ୍ଗି ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଉତ୍ସବରେ ପୁର୍ବତନ ପୈାରାଧ୍ୟକ୍ଷ ଶାନ୍ତନୁ କୁମାର ସେଠୀ, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ଚିନ୍ମୟ ନାୟକ, ଧବଳେଶ୍ୱର ପଟ୍ଟନାୟକ, ସୁଧାକର ଓଝା, ବିନୟ କୁମାର ନାୟକ, ସଂଗ୍ରାମ କେଶରୀ ଲେଙ୍କା, ବୈଦ୍ୟନାଥ ସାମଲ, ବାବୁଲି ଲେଙ୍କା, ବିଷ୍ଣୁ ପ୍ରସାଦ ପଣ୍ଡା, ସୁଜିତ ସେଠୀ, କୁଳମଣି ରାଉତ, ଚିକୁ ସେନାପତି, ଶିଶିର ବେହେରା, ସୁଧାଶୁଂ ଭୁଷଣ ମଲ୍ଲିକ, େଉମାକାନ୍ତ ଜେନା, ପ୍ୟାରୀ ମୋହନ ମଲ୍ଲିକ, ଗୌରାଙ୍ଗ ରଣା, ପପୁ ମଲ୍ଲିକ, ପ୍ରତାପ ଦେଓ, ବିରେନ୍ଦ୍ର କୁମାର ବିଶ୍ୱାଳ, ତ୍ରିଲୋଚନ ସା, ରଞ୍ଜନ ପହି, ବୁଦ୍ଧଦେବ ଜେନା, ସନ୍ତୋଷ ନାୟକ, ଆନନ୍ଦ ଚନ୍ଦ୍ର ନାୟକ, ରବିନ ପାଢ଼ୀ ପ୍ରମୁଖଙ୍କ ସମେତ ଶତାଧିକ ଉପସ୍ଥିତ ଥିଲେ । ଡିଏମଏଫ ଅନୁଦାନରେ ବରାଙ୍ଗ – ସୁନ୍ଦରାପାଳ ରାସ୍ତା ନିର୍ମାଣ ପାଇଁ ୧କୋଟି ୬୨ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିବାବେଳେ ଏହି ରାସ୍ତା ଦ୍ୱାରା ବରାଙ୍ଗ, ଜମ୍ଭୀରା, ସୁନ୍ଦରାପାଳ ଗ୍ରାମର ଲୋକମାନେ ଉପକୃତ ହେବେ । ସେହିପରି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିଉଦାନୀରୁ- ମୌଦା ପାଇଁ ୨କୋଟି ୦୨ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିବାବେଳେ ଏହି ରାସ୍ତା ଦ୍ୱାରା ସୋସୋ, ନିଉଦାନୀ, ବେରୁଣପଦି, ମୌଦା ଆଦି ଗ୍ରାମର ଲୋକମାନେ ଉପକୃତ ହୋଇପାରିବେ ।


