ବରିଷ୍ଟ ନାଗରିକ ସୁରକ୍ଷା ମଂଚର ଓ ଆମ ପୋଲିସ ସମିତିର ମିଳିତ ବୈଠକ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ପକ୍ଷରୁ ଶନିବାର ପୂର୍ବାହ୍ନରେ ଥାନା ପରିସରସ୍ଥ ଅଭ୍ୟର୍ଥନା କକ୍ଷ ପରିସରରେ ସ୍ଥାନୀୟ ଅଂଚଳର ବରିଷ୍ଟ ନାଗରିକ ସୁରକ୍ଷା ମଂଚ ଓ ଆମ ପୋଲିସ ସମିତିର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ଅଂଚଳର ବରିଷ୍ଟ ନାଗରିକ ମାନେ କିଭଳି ହାତ ପାହାନ୍ତାରେ ପୁଲିସ ପ୍ରଶାସନ ପକ୍ଷରୁ ସହାୟତା ମିଳିପାରିବ ସେ ନେଇ ମତପ୍ରକାଶ ପାଇଥିଲା । ହିଂଜିଳିକାଟୁ ପୌରାଂଚଳରେ ବହୁ ବରିଷ୍ଟ ନାଗରିକ ଥିଲେ ସୁଦ୍ଧା ମାତ୍ର ୧୭ ଜଣ ଚିହ୍ନଟ କରାଯାଇ ପରିଚୟ ପତ୍ର ପ୍ରଦାନ କରାଯାଇଥିବା ବେଳେ ଅବଶିଷ୍ଟ ବରିଷ୍ଟ ନାଗରିକ ମାନଙ୍କୁ ଚିହ୍ନଟ କରାଯାଇ ପରିଚୟ ପତ୍ର ପ୍ରଦାନ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ସପ୍ତାହକୁ ଥରେ ଅଂଚଳର ସମସ୍ତ ବରିଷ୍ଟ ନାଗରିକ ମାନଙ୍କ ସହ ପୁଲିସ ପ୍ରଶାସନ ପକ୍ଷରୁ ସାକ୍ଷାତ କରାଯାଇ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇଆଇସି କହିଥିଲେ । ହିଂଜିଳିକାଟୁ ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡ଼ିୟମ ପରିସରରେ ଥିବା ଅସ୍ଥାୟୀ ବସଷ୍ଟାଣ୍ଡ ମଧ୍ୟକୁ ଯାତ୍ରୀବାହୀ ବସ ଗୁଡ଼ିକ ନଯାଇ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ରହି ଯାତ୍ରୀ ମାନଙ୍କୁ ଓହ୍ଲାଇଥିବା ଏବଂ ଚଢାଉ ଥିବାରୁ ବହୁ ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ, ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ମତପ୍ରକାଶ ପ୍ରକାଶ ପାଇଥିଲା । ହିଂଜିଳି ଥାନା ଏ.ଏସ, ଆଇ ତଥା ବରିଷ୍ଟ ନାଗରିକ ସୁରକ୍ଷା ମଂଚର ଅଧିକାରୀ ରାଜନ ବିଷୋୟୀ ସଦା ସର୍ବଦା ଅଂଚଳର ବରିଷ୍ଟ ନାଗରିକ ମାନଙ୍କୁ ସୁରକ୍ଷା ପ୍ରଦାନ କରି ଆସୁଥିବାରୁ ମଂଚ ପକ୍ଷରୁ ସାଧୁବାଦ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ହିଂଜିଳିର ପୂର୍ବତନ ବିଧାୟକ ହରିହର ସାହୁ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ମୁରଲି ଗୌଡ଼, ଗୋକୁଳାନନ୍ଦ ସାହୁ, ଉପେନ୍ଦ୍ର ପାତ୍ର, ଭାସ୍କର ସାହୁ, ଗନ୍ତାୟତ ସ୍ୱାଇଁ, କ୍ଷେତ୍ରବାସି ବେହେରା, ରଘୁନାଥ ଦାଶ, ଉପେନ୍ଦ୍ର ବାଡ଼ତ୍ୟା, ହରିବନ୍ଧୁ ସାହୁ, ରଘୁନାଥ ବିଷୋୟୀ, ତ୍ରିନାଥ ପଣ୍ଡା, ସତ୍ୟ ନାରାୟଣ ନାୟକ, ବିପ୍ର ଚରଣ ଦାଶ, ପଦ୍ମ ଲୋଚନ ଦାଶ, ବାଉରିବନ୍ଧୁ ତ୍ରିପାଠୀଙ୍କ ସମେତ ଅଂଚଳର ବହୁ ବରିଷ୍ଟ ନାଗରିକ ଓ ଆମ ପୋଲିସ ସମିତିର ସଦସ୍ୟ ମାନେ ଆୟୋଜିତ ବୈଠକରେ ଅଂଶ ଗ୍ରହଣ କରିଥିଲେ ।ଏସ. ଆଇ ପ୍ରଦିପ୍ତ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏ.ଏସ.ଆଇ. ରାଜନ ବିଷୋୟୀ, ରାଘବ ସୁନ୍ଦର ଗୌଡ଼ ଓ ଥାନା କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ