ବରିଷ୍ଠ ଆଇନଜୀବି ଙ୍କ ପିତା ଙ୍କ ପରଲୋକ
ଗଞ୍ଜମ:ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ (ଅଜୁ) ଙ୍କ ପିତା ତଥା ଧର୍ମପରାୟଣ , ସମାଜସେବୀ, ଆଧ୍ୟାତ୍ମିକ ବାଦୀ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ଙ୍କ (୮୬) ବର୍ଷ ରେ ଗଞ୍ଜମ ସହର ସ୍ଥିତ କରଣ ସାହି ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଧର୍ମପତ୍ନୀ ସାରଳା ପଟ୍ଟନାୟକ ଙ୍କ ସମେତ ଛଅ ପୁଅ , ଓ ଝିଅ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ର ବିଭିନ୍ନ ବର୍ଗର ଲୋକ, ଆଇନଜୀବି, ସାମ୍ବାଦିକ, ବରିଷ୍ଠନାଗରିକ, ରାଜନୈତିକ ନେତୃବୃନ୍ଦ, ସମାଜ ସେବୀ ଭେଟି ଶେଷଦର୍ଶନ କରିଥିଲେ ।ପରେ ଏକ ଶୋଭାଯାତ୍ର ରେ ପାର୍ଥବଶରୀରକୁ ନିଆଯାଇ ଋଷିକୂଲ୍ୟା ନଦୀ କୂଳରେ ଦାହା କରାଯାଇଥିଲା । ତାଙ୍କର ବଡ଼ ପୁଅ ବିଜୁପଟ୍ଟନାୟକ ମୁଖାଗ୍ନି ଦେଇଥିଲେ ।ଖବର ପାଇ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ସ୍ବର୍ଗତ ପଟ୍ଟନାୟକ ଙ୍କ ଘରେ ପହଞ୍ଚି ସମାବେଦନା ଜଣାଇଥିଲେ


