ବରିଷ୍ଠ କଂଗ୍ରେସ ନେତା ଗୁଞ୍ଜୁ ଗମାଙ୍ଗଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଜଣେ ଟାଣୁଆନେତା ତଥା ସମାଜସେବୀ ଭାବେ ପରିଚିତ ସ୍ୱର୍ଗୀୟ ଗୁଞ୍ଜୁ ଗମାଙ୍ଗଙ୍କ ପ୍ରତି ମୂର୍ତ୍ତି ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନୀ ଗ୍ରାମରେ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାସରଥି ଗମାଙ୍ଗ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଯୋଗଦେଇ ଉନ୍ମୋଚନ କରିଥିଲେ । ସୂଚନା ଯୋଗ୍ୟ ଯେ, ଗତ ୧୧.୦୪. ୨୦୧୯ ସାଧାରଣ ନିର୍ବାଚନ ଦିନ ଗୁଞ୍ଜୁ ଗମାଙ୍ଗଙ୍କ ହଠାତ ଛାତିରେ ଯନ୍ତ୍ରଣା ଅନୁଭବକରି ସେ ଠାରେହିଁ ଟଳିପଡିଥିଲେ । । ସେହି ଦିନ ଅଞ୍ଚଳବାସୀ ନିଷ୍ପତ୍ତି ନେଇଥିଲେ ଯେ, ଗୁଞ୍ଜୁ ଗମାଙ୍ଗଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରିବା ପାଇଁ । ସ୍ୱର୍ଗୀୟ ଗୁଞ୍ଜୁ ଗମାଙ୍ଗ ହେଉଛନ୍ତି ଗୁମ୍ମା ବ୍ଲକର ଅତି ପୁରୁଣା ନେତା । ରାଜନୈତିକ ଜୀବନ କାଳରେ ସେ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଆଦି ପଦପଦବୀରେ ଅଧିଷ୍ଠ ହୋଇପାରିଥିଲେ । ଏହାସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ନେତୃତ୍ୱ ମଧ୍ୟ ନେଇ ବେସ ଲୋକ ପ୍ରିୟ ହୋଇପାରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ବ୍ଲକ ଉପାଧ୍ୟକ୍ଷ ଗୀତାଞ୍ଜଳି ଭୂୟାଁ, ବ୍ଲକ କଂଗ୍ରେସ ସଭାପତି ବେର୍ନିକ ଗମାଙ୍ଗ, ବ୍ଲକ ଯୁବ ସଭାପତି ମୋଟୁ ପାଣିଙ୍କ ସମେତ ପାରଳାଖେମୁଣ୍ଡି ନଗର ସଭାପତି ବସନ୍ତ ପଣ୍ଡା, ପୂର୍ବତନ ପୌର ଉପାଧ୍ୟକ୍ଷ ସଂଜୟ ଅଧିକାରୀ, ଜିଲ୍ଲାପରିଷଦ ସଭ୍ୟ ଜାକବ ମାଝୀ, ଜିଲ୍ଲାର ସମସ୍ତ ବ୍ଲକ କଂଗ୍ରେସ ସଭାପତି ପ୍ରମୁଖ ଯୋଗଦେଇ ସ୍ୱର୍ଗୀୟ ଗୁଞ୍ଜୁ ଗମାଙ୍ଗଙ୍କ ରାଜନୈତିକ ଜୀବନ ଏବଂ କଂଗ୍ରେସ ଦଳ ପ୍ରତି କରିଥିବା ପ୍ରମୁଖ ଭୂମିକା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ