ବରିଷ୍ଠ କଳାକାର ସଂଘ  ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ଜଣାଇବା ପାଇଁ ପ୍ରସ୍ତୁତି ବୈଠକ

ଗାଙ୍ଗପୁର, (ସନ୍ତୋଷ ବିଶୋଇ):ଗୋବରା ସ୍ଥିତ ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟ ନିକଟ ବୈକୁଣ୍ଠନାଥ ମନ୍ଦିର ଠାରେ କଳା ଓ କଳାକାର ହିତୈଷୀ ମହାମଂଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ବେଲଗୁଣ୍ଠା ବ୍ଲକ୍ ଶାଖା’ ପକ୍ଷରୁ କିଛି କଳାକାର ହିତୈଷୀ ଦାବି ନେଇ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବା ନେଇ ଏକ ପ୍ରସ୍ତୁତି ବୈଠକ ଶାଖା ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ରଞ୍ଜିତ କୁମାର ପାତ୍ର ସ୍ବାଗତ ଭାଷଣ କ୍ରମରେ ବୈଠକର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ଏଥିରେ ଉପ-ସଭାପତି ନାରାୟଣ ଗୌଡ, କାର୍ଯ୍ୟକାରୀ ସଭାପତି ଶିବ ରାଉଳ,ବ୍ଲକ୍ ସଂଯୋଯକ ଈଶ୍ବର ଚନ୍ଦ୍ର ଗୌଡ, ସହ- ସଂପାଦକ ରମେଶ ଗୌଡ, କୋଷାଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ଗୌଡ ପ୍ରମୁଖଙ୍କ ସମେତ ବ୍ଲକ୍ ର କିଛି ଛାମୁଆ କଳାକାର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ବ୍ଲକର ସମସ୍ତ କଳାକାର ଅଂଶ ଗ୍ରହଣ ସହ ଏକ ବର୍ଣାଢ୍ୟ ଶୋଭାଯାତ୍ରାରେ ବାହାରି ଚଳିତ ମାସ ୨୩ ତାରିଖରେ ବେଲଗୁଣ୍ଠା ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିବା ନେଇ ସ୍ଥିର କରାଗଲା। କଳାକାରଙ୍କ ଭତ୍ତା ପରିମାଣ ବ୍ରୁଦ୍ଧି, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାକୁ ରାଜ୍ୟ କଳାକାର ଭତ୍ତାରେ ରୂପାନ୍ତର, ରାଜ୍ୟର ଚାରୋଟି ଜୋନ୍ ରେ ଗୋଟିଏ ଲେଖା ସଙ୍ଗୀତ ନାଟକ ମହାବିଦ୍ୟାଳୟ ସ୍ଥାପନ ଓ ଲୁପ୍ତପ୍ରାୟ ଲୋକନୃତ୍ୟ ଓ ନାଟକକୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବା ଆଦି ପଞ୍ଚସୂତ୍ରୀ ଦାବୀ ସମ୍ପର୍କରେ ରାଜ୍ୟ ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ଭିଡିଓ କନ୍ଫରେନ୍ସ ଯୋଗେଦେଇ ସୂଚନା ଦେବା ସହିତ ଶୋଭାଯାତ୍ରାରେ ରାଜ୍ୟ ଓ ଜିଲ୍ଲାର କର୍ମକର୍ତ୍ତା ଯୋଗ ଦେବା ନେଇ ଘୋଷଣା କରିଥିଲେ। ରାଜେନ୍ଦ୍ର ମହାପାତ୍ର, ବିପ୍ର ଚରଣ ବିଷୋୟୀ, ବିଜୟ କୁମାର ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ନାଟ୍ୟକାର ପ୍ରଫୁଲ୍ଲ ବେହେରା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ