ବରିଷ୍ଠ ନାଗରିକ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ନୂତନ ବର୍ଷର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ନୃତ୍ୟ ସଙ୍ଗୀତ କଳାମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅବସରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କମଳାକାନ୍ତ ବେହେରା, ଭଦ୍ରକର ବରିଷ୍ଠ ନାଗରିକ ମଞ୍ଚ ସଂଯୋଜକ ଅମିତ କୁମାର ଚାଟାର୍ଜୀ, ଶରତ ଚନ୍ଦ୍ର ଦାଶ, ସୁସାହିତ୍ୟିକା ଅରୁଣା ରାୟ ପ୍ରମୁଖ ଏଥିରେ ବରେଣ୍ୟ ଅତିଥିଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ସମ୍ପ୍ରତି ବରିଷ୍ଠ ନାଗରିକମାନେ ସାମ୍ନା କରୁଥିବା ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ମଞ୍ଚର ସମ୍ପାଦକ ସୀତାରାମ ପ୍ରଧାନ ଏଥିରେ ସ୍ୱାଗତ ଅଭିଭାଷଣ ରଖିବା ସହ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଦାମୋଦର ନାୟକ ମଞ୍ଚିର ବିଭିନ୍ନ ଦାବି ଏହ ବୈଠକରେ ଉପସ୍ଥାପନ କରିଥିଲେ । ପରେ ମୁକ୍ତିକାନ୍ତ ଶତପଥୀ, ଅନାମ ଚରଣ ପଣ୍ଡା, ଉମେଶ ଚନ୍ଦ୍ର ନାୟକ, ଶତ୍ରୁଘ୍ନ ମଲ୍ଲିକ, ବିଜୟ କୁମାର ନନ୍ଦ, ତ୍ରିଦୀପ ନାୟକ, ନରିଞ୍ଜନ ପରିଡ଼ା ପ୍ରମୁଖ ବିଭିନ୍ନ ଦାବି ଓ ଏହାର ସମାଧାନ ଉପରେ ଦୃଷ୍ଟିପାତ କରିଥିଲେ । ବିଶେଷ କରି ବର୍ଦ୍ଧିତ ଦରଦାମକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକଙ୍କ ଭତ୍ତାରାଶିକୁ ୧୫୦୦ଟଙ୍କାକୁ ବୃଦ୍ଧି ଉପରେ ସେମାନେ ଗୁରୁତ୍ୱ ଦେଇଥିଲେ । ସେହିପରି ରେଳଯାତ୍ରା ରଆତି ପ୍ରଦାନ ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକଙ୍କ ଉଦ୍ଦିଷ୍ଟ ବହୁମୁଖୀ ଯୋଜନା ଜିଲାରେ ତୁରନ୍ତ କାର୍ଯ୍ୟକାରୀ, ଫକୀର ମୋହନ ମେଡିକାଲ କଲେଜରେ ସ୍ୱତନ୍ତ୍ର ଜରା ୱାର୍ଡ଼ କାର୍ଯ୍ୟକ୍ଷମ, ବରିଷ୍ଠ ନାଗରିକଙ୍କ ସାମୟିକ ବିଶ୍ରାମ ସହରରେ ଏକ ସ୍ଥାୟୀ ପକ୍କା ଘର ନିର୍ମାଣ, କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ବାଲେଶ୍ୱରରେ ରେଳ ଡିଭିଜନ ପ୍ରଭୃତି ପ୍ରତିଷ୍ଠା ପାଇଁ ମଞ୍ଚ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା । ଏହି କ୍ରମରେ ଆସନ୍ତା ଫେବୃଆରୀ ମାସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଦିବସୀୟ ଗଣଧାରଣା ପାଇଁ ଏହି ବୈଠକରେ ନିଷ୍ପତି ନିଆଯାଇଛି । ମଞ୍ଚର ଉପ-ସଭାପତି ଅର୍ନ୍ତଯାମୀ ପ୍ରଧାନ ସାଂଗଠନିକ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ଗୌରାଙ୍ଗ ପାଣିଗ୍ରାହୀ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ କଲ୍ୟାଣୀ ନନ୍ଦ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଲକ୍ଷ୍ମୀନାରାୟଣ ଘୋଷ, ବେଣୁଧର ସାହୁ, ଅପର୍ଣ୍ଣା କର, ନିରୁପମା ସେଠୀ, ବିଷ୍ଣୁପ୍ରସାଦ ମହାନ୍ତି, ଯଶୋଦା ନନ୍ଦନ ଆଶ୍, ଶ୍ୟାମସୁନ୍ଦର ଜେନା, ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।