ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କରୋନା ପ୍ରତିକାର ପାଇଁ ସଚେତନତା

ଛତ୍ରପୁର : କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଗ୍ରାମରେ କରୋନା ମହାମାରୀ ପ୍ରତିକାର ସଂପର୍କରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ନରହରୀ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଞ୍ଚର ସଂଯୋଜକ କାମରାଜୁ ମହାରଣା କରୋନା ସଂକ୍ରମଣର ନିରାକରଣ ତଥା ସତର୍କତା ଉପରେ ଗୁରୁତ୍ୱାରୋପ କରିଥିଲେ । ବ୍ରହ୍ମପୁର ରୋଟାରୀ କ୍ଲବ ଆନୁକୂଲ୍ୟରେ ଯୋଗାଇ ଦିଆଯାଇଥିବା କରୋନା ସଂପର୍କରେ ପ୍ରଚାର ପତ୍ରକୁ ଗ୍ରାମବାସୀଙ୍କ ମଧ୍ୟରେ ବିତରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ବାଉରୀବନ୍ଧୁ ସାହୁ, କୋଷାଧ୍ୟକ୍ଷ ଜଟେଶ୍ୱର ପ୍ରଧାନ, ଯୁଗ୍ମ ସଂପାଦକ ଗୋପାଳ ଚନ୍ଦ୍ର ମହାରଣା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ