ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ ଦାଶ): ଗୁରୁବାର ୭୮ ତମ ସ୍ବାଧିନତା ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟର ବାବା ମଧୁସୂଦନ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସ୍ଥାନୀୟ ଫାଣ୍ଡି ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମା ପାଇଁ ଗଛ ଟିଏ ଅନୁଷ୍ଠିତ ହୋଇଥିଲା। ମଞ୍ଚର ସଭାପତି ମଧୁସୂଦନ ରାୟଙ୍କ ନେତୃତ୍ୱରେ କରୁଣାକର ପାତ୍ର, ସୁରେନ୍ଦ୍ର ମୋହନ ବିଟି, ଶେଖ ଗୋଲାମ ମୁସ୍ତାଫା, କୃଷ୍ଣ ଚନ୍ଦ୍ର ମିଶ୍ର, ଭ୍ରମର ରାଉତ, କୃଷ୍ଣ ଚନ୍ଦ୍ର ସ୍ଵାଇଁ ପ୍ରମୁଖ ବରିଷ୍ଠ ନାଗରିକ ମାନେ ବିଭିନ୍ନ ବୃକ୍ଷ ଚାରା ରୋପଣ କରିଥିଲେ। ଫାଣ୍ଡି ଅଧିକାରୀ କୁନାଲ କୁମାର ଓ ଏ ଏସ ଆଇ ସନ୍ତୋଷ ସାହୁ ବରିଷ୍ଠ ନାଗରିକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ।