ବରିଷ୍ଠ ନାଗରିକ ସଂଘ ମରୈଗାଁର ସ୍ୱନକ୍ଷତ୍ର ଉତ୍ସବ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତ ବରିଷ୍ଠ ନାଗରିକ ସଂଘର ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଗୋପବନ୍ଧୁ ସୁଆରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକର ବିଡିଓ ଶୁଶ୍ରୀ ବିନିତା ବିଜୟିନୀ ଯୋଗଦେଇଥିବାବେଳେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ମରୈଗାଁ ପଞ୍ଚାୟତର ସରପଞ୍ଚ ସତ୍ୟଭାମା ଜେନା, ଆନନ୍ଦପୁର ଓକିଲ ସଂଘର ସଭାପତି ଦୟାନିଧି ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ସଂଘ ଦ୍ୱାରା ପଞ୍ଚାୟତର ବରିଷ୍ଠ ନାଗରିକ ମାନେ କିଭଳି ସୁରକ୍ଷିତ ହୋଇ ପାରିବେ, ସରକାରଙ୍କ ବିଭିନ୍ନ ଯୋଜନାରେ କିପରି ସାମିଲ ହୋଇପାରିବେ ତାହା ଉପରେ ମତବ୍ୟକ୍ତ କରିଥିଲେ । ସମ୍ପାଦକ ବୃନ୍ଦାବନ ପଣ୍ଡା ବାର୍ଷିକ ବିବରଣୀ ପାଠ କରିବା ସହିତ ସଂଘର ଉଦେ୍ଦଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିଲେ । ବିଶେଷକରି ବୃଦ୍ଧବୃଦ୍ଧାମାନେ ଏହି ପରିଣତ ବୟସରେ କିପରି ଭଲରେ ଚଳିପାରିବେ ସେନେଇ ସଂଘ ସବୁବେଳେ କାର୍ଯ୍ୟ କରିବ ବୋଲି ସମ୍ପାଦକ କହିଥିଲେ । ସଂଘର ସମସ୍ତ କର୍ମକତ୍ତା ଓ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।