ବରିଷ୍ଠ ପ୍ରଶାସକ ଅର୍ଜୁନ ସାହୁଙ୍କ ବିୟୋଗ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ସରକାରଙ୍କ ପୂର୍ବତନ ଓଡ଼ିଶା ପ୍ରଶାସିନକ ଅଧିକାରୀ ତଥା ସମାଜସେବୀ ଅର୍ଜୁନ ସାହୁଙ୍କ ହୃଦ୍ଘାତ ଜନିତ କାରଣରୁ ୬୯ ବର୍ଷ ବୟସରେ ଆକସ୍ମିକ ବିୟୋଗ ଘଟିଛି । ସ୍ୱର୍ଗତ ସାହୁ ୧୯୫୩ ମସିହାରେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁରେ ଭୂମିଷ୍ଠ ହୋଇଥିଲେ । ସେ ଜଣେ ଅତ୍ୟନ୍ତ ସରଳ, ମେଳାପୀ, ନିଷ୍ଠାପର, ଦକ୍ଷ ତଥା ସମାଜସେବୀ ଭାବେ ପରିଚିତ ଥିଲେ । ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କ ପରଲୋକ ଘଟିଛି । ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରଠାରେ ସମାପନ ହେବା ସହ ଜ୍ୟେଷ୍ଠ ପୁତ୍ର ରବିନାରାୟଣ ସାହୁ ମୁଖାଗ୍ନୀ ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ସାହୁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଭାବେ ବିଭିନ୍ନ ପଦପଦବୀରେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ତାଙ୍କ ବିୟୋଗରେ ଆତ୍ମୀୟ ସ୍ୱଜନ ତଥା ବହୁ ବିଶିଷ୍ଟ ବ୍ୟକ୍ତି ପୁରୀ ସ୍ୱର୍ଗଦ୍ୱାର ଯାଇ ଶେଷ ଦର୍ଶନ କରିଥିଲେ ।