ବରିଷ୍ଠ ସାମ୍ବାଦିକ ତାରିଣୀ ପଣ୍ଡାଙ୍କ ମାତୃ ବିୟୋଗ ରେ ବିଭିନ୍ନ ମହଲରେ ଶୋକ

ପାରଳାଖେମୁଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତାରିଣୀ ପ୍ରସାଦ ପଣ୍ଡା ଙ୍କ ମାତା ଶଙ୍କୁତଳା ପଣ୍ଡା(୮୫) ଙ୍କ କେଉଟ ସାହି ସ୍ଥିତ ତାଙ୍କ ନିଜସ୍ଵ ବାସ ଗୃହ ଠାରେ ବିୟୋଗ ହୋଇଯାଇଛି lସେ ଜଣେ ଧର୍ମ ପରାୟଣ ଓ ମେଳାପି ଥିଲେ l ତାଙ୍କର ବିୟୋଗ ରେ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ, ପ୍ରେସ କ୍ଲବ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରା ଯାଇଛି l ତାଙ୍କ ବିୟୋଗରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ହାଇଟେକ୍ ଗ୍ରୁପର ଅଧକ୍ଷ ତିରୁପତି ପାଣିଗ୍ରାହୀ,ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗୋମାଙ୍ଗ, ନବୀନ ଖବର କାଗଜର ସମ୍ପାଦକ ରବି ରଥ, ରାଜ୍ୟ ବିଜେଡିର ସମ୍ପାଦକ ପ୍ରଦୀପ ନାୟକ, ସମାଜସେବୀ ତଥା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଜିଲ୍ଲା କଂଗ୍ରେସ ଦଳର ଉପ-ସଭାପତି ବସନ୍ତ ପଣ୍ଡା, ପୂର୍ବତନ ନଗର ପାଳ ନୁସିଂହ ଚରଣ ପଟ୍ଟନାୟକ, ଉପ-ନଗରପାଳ ଅଭିମନ୍ୟୁ ପଣ୍ଡା, ଆଇନଜିବୀ ନରେଶ ପାତ୍ର (ସାନ), ଅରୁଣ କୁମାର ପରିଡ଼ା, ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ, ବରିଷ୍ଠ ସାମ୍ବାଦିକ ଗଣେଶ କୁମାର ରାଜୁ, ଦେବାଶିଷ ପାଢ଼ୀ, ଜଗଦୀଶ ପଣ୍ଡା, ବୀରକିଶୋର ପଟ୍ଟନାୟକ, କୃଷ୍ଣ ବେହେରା, ରୁପେଶ ସାହୁ, ସନ୍ତୋଷ ପଟ୍ଟନାୟକ, ବାପି ପଣ୍ଡା, ନାଗେଶ୍ଵର ମହାପାତ୍ର,ବାବୁ ଦାସ, ଆଚାର୍ଯ୍ୟ, ଏ.ରାମୁ ଅନିଲ, କେ. ରାମସ୍ଵlମି, ଶିଶିର ଗୌଡ, ରମେଶ ଚନ୍ଦ୍ର ପାତ୍ର ପ୍ରମୁଖ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପୋ ପରିବାରଙ୍କୁ ସମବେଦନା ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ