ବରିଷ୍ଠ ସେବାୟତଙ୍କ ପରୋଲୋକ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-କୋଣାର୍କ ଏନଏସି ୧୦ ଓ୍ବାର୍ଡ ଅଧୀନ ମାଧିପୁରର ବରିଷ୍ଠ ସେବାୟତ ତ୍ରିଲୋଚନ ପାଢୀ ଆଉ ନାହାନ୍ତି। ମୃତ୍ୟୁ।ବେଳକୁ ତାଙ୍କୁ ୭୪ବର୍ଷ ବୟସ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପୁରୀ ସ୍ଵର୍ଗଦ୍ୱାରରେ ତାଙ୍କ ଅନ୍ତିମ ସସ୍କାର କରାଯାଇଛି । ବଡ ପୁଅ ପ୍ରଦୀପ (ବୁଲୁ ) ମୁଖାଗ୍ନି ଦେଇଥିଲେ । ବାର୍ଦ୍ଧକ୍ୟ ଜନିତ ହେତୁ ପରିବାର ଲୋକେ ପ୍ରଥମେ ଗୋପର ଏକ ଘରୋଇ ନର୍ସିଂହୋମରେ ଭତ୍ତି କରିଥିଲେ। ସେଠାରେ ସ୍ୱାସ୍ଥ୍ୟ ଅବସ୍ଥାରେ ବିଶେଷ ଉନ୍ନତି ନ ଆସିବାରୁ ପରିବାର ଲୋକେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଶେଷରେ ତାଙ୍କୁ କଟକ ନିଆ ଯାଇଥିଲା । ସୂଚନାଯୋଗ୍ୟ, ୧୦ ନମ୍ବର ଓ୍ବାର୍ଡରୁ ସେ ପ୍ରଥମ କାଉନସିଲର ନିର୍ବାଚିତ ହୋଇଥିଲେ। ନବଗ୍ରହ, ମା ଭଗବତୀ, ତ୍ରିବେଣୀଶ୍ୱରଙ୍କ ବରିଷ୍ଠ ସେବାୟତ ଥିଲେ । କୋଣାର୍କ ଅଞ୍ଚଳରେ ସେ ଜଣେ ମୋହରିର ଭାବେ ମଧ୍ୟ ଜଣାଶୁଣା ଥିଲେ। ତାଙ୍କ ପରଲୋକରେ ମାଧିପୁର ଓ କୋଣାର୍କ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ