ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର
ହିଂଜିଳିକାଟୁ,(ଯୁଗାବ୍ଦ ନ୍ୟୁଜ୍) (ଶେଷଦେବ ସାହୁ) : ଗୁରୁବାର ପୂର୍ବାହ୍ନରେ ହିଂଜିଳିକାଟୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ୨ୟ ପର୍ଯ୍ୟାୟ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶିବିରରେ ପ୍ରଶିକ୍ଷଣଦାତା ଭାବେ ଗଂଜାମ ଜିଲ୍ଲା ପରିମଳ ସୁବିଞ ତଥା ସଂଯୋଜକ ଝଲକ ଦାଶ ଯୋଗଦେଇ ଉପସ୍ଥିତ କର୍ମଚାରୀ ଓ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ତାଲିମ ପ୍ରଦାନ କରିଥିଲେ । ପୌର ପରିଷଦ ପକ୍ଷରୁ ପ୍ରଦାନ କରାଯାଇଥିବା ସବୁଜ, ନୀଳ ଓ ଲାଲ ରଙ୍ଗର ବାଲଟିରେ ପୃଥକ ପୃଥକ ଭାବେ ଶୁଖିଲା, ଆଦ୍ରତା ଓ କାଚ ଓ ପ୍ଳାଷ୍ଟିକର ଭଗ୍ନାବଶେଷକୁ ରଖି ଆର୍ବଜନା ସଂଗ୍ରହ ଗାଡ଼ି କିମ୍ବା ବିଭିନ୍ନ ସାହି ବସ୍ତିରେ ରଖାଯାିଥିବା ଡ଼ଷ୍ଟବିନରେ ପକାଇବାକୁ ଅନୁରୋଧ କରାଯାଇଥିଲା । ପ୍ରତ୍ୟେକ ଘର ଘର ବୁଲି ସଂଗ୍ରହ କରାଯାଉଥିବା ଆର୍ବଜନାର କିଭଳି ମୂଳ ବସ୍ତୁରେ ପରିବର୍ତନ କରି ଆଉଥରେ ବ୍ୟବହାର ସାପେକ୍ଷ କରାଯାଇପାରିବ ସେ ନେଇ ତାଲିମ ପ୍ରଦାନ କରାଯାଇଥିଲା । ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା ମାନେ ଘର ଘର ବୁଲି ପ୍ରଚାର ପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । କାର୍ଯ୍ୟକ୍ରମ ଶେଷରେ ପୌର ପରିଷଦ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ଝାଡ଼ୁଦାର ଓ ପରିମଳ ବିଭାଗୀୟ କର୍ମଚାରୀ ମାନଙ୍କୁ ପ୍ରମାଣ ପତ୍ର ବଂଟନ କରାଯାଇଥିଲା । ଉକ୍ତ ପ୍ରଶିକ୍ଷଣ ଶିବିରରେ ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, କମ୍ୟୁନିଟି ଅରଗାନାଇଜର ସନ୍ଧ୍ୟାରାଣୀ ପଟ୍ଟନାୟକ, ପରିମଳ ମାର୍ଗଦର୍ଶକ ସୁବାଷ ଚନ୍ଦ୍ର ପଟ୍ଟନାୟକ, ଜମାଦାର ରବି ମହାଙ୍କୁଡ଼, ପୌର ପରିଷଦର କର୍ମଚାରୀ କୌଳାଶ ଚନ୍ଦ୍ର ସାବତ, ବିବେକାନନ୍ଦ ମହାପାତ୍ର, ଅଶ୍ୱିନି ନାୟକ, କିଶାନ କୁମାର ପାତ୍ର, ଅଭିରାମ ସାହୁ, ଭାସ୍କର ସାହୁ, ଲାଲ ମୋହନ ସେଠି, ରାମକୃଷ୍ଣ ପାତ୍ର, ରବି ନାରାୟଣ ପଣ୍ଡା, ମୋହନ ରାଓ ଆଚାରୀଙ୍କ ସମେତ ପୌର ପରିଷଦର ସମସ୍ତ କର୍ମଚାରୀ ପ୍ରଶିକ୍ଷଣ ଶିବିରରେ ଅଂଶ ଗ୍ରହଣ କରିଥିଲେ ।