ବର୍ଷାପାଣି ଘେରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ଅଧ ଘଣ୍ଟିଆ ବର୍ଷାରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ସ୍ୱାସ୍ଥ୍ୟ କେନ୍ଦ୍ର ର ବିଭିନ୍ନ କଠୋରୀରେ ବର୍ଷା ପାଣି ଜମି ରହିବା ସହ ସ୍ୱାସ୍ଥ୍ୟ କେନ୍ଦ୍ର ର ବ୍ୟବସ୍ଥା ବେହାଲ ହୋଇଥିବା ଦେଖିବାକୁ ମିଳିଛି । ବର୍ଷା ହେବା ଦ୍ୱାରା ଅଂଚଳର ଡ୍ରେନ ପାଣି ପାହାଡରୁ ଝରି ଆସି ପାଣି ସ୍ୱାସ୍ଥ୍ୟ କେନ୍ଦ୍ର ଭିତରକୁ ପଶୁଥିବା ଦେଖିବାକୁ ମିଳୁଛି । ସୂଚନା ମୁତାବକ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଏକ ଖାଲା ଯାଗା ଥିଲା ସେଠାକୁ ଏକ ଗଳା ଶଙ୍ଖ ସଂଯୋଗ ଥିଲା, କିନ୍ତୁ ଅତି ନିକଟରେ ତାକୁ ପୋତା ଯିବା ଫଳରେ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ରହିଥିବା ଆଉଟ ଡୋର ମଧ୍ୟରେ ପାଣି ପଶି ସ୍ୱାସ୍ଥ୍ୟ କେନ୍ଦ୍ର ର ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ରୋଗୀ ସେବାରେ ବାଧା ସୃଷ୍ଠି ହୋଇଛି । ମୁନିଷପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରହିଥିବା ସମସ୍ତ ସରକାରୀ ବାସ ଭବନରେ ପାଣି ତିନି ଫୁଟ ଲେଖାଁଏ ଫୁଲ ରହିଥିବା ବେଳେ ୧୫ ରୁ ଉର୍ଦ୍ଧ୍ୱ ପରିବାର କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଆଗାମୀ ଦିନରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ର ଡ୍ରେନ ସମସ୍ୟା ତୁରନ୍ତ ଦୂର କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।