ବର୍ଷା ଦିନେ ବସ୍ତି ଉଚ୍ଛେଦକୁ ଦୃଢ ବିରୋଧ କରାଯିବ : ଓଡ଼ିଶା ବସ୍ତି ସଂଘର୍ଷ ସମିତି

ଭୁବନେଶ୍ୱର, ଯୁଗାବ୍ଦ ନ୍ୟୁଜ୍) : ଗତ ବିଧାନ ସଭା ନିର୍ବାଚନ ସମୟରେ ମାଳ ମାଳ ନେତାମାନେ ଆସି ବସ୍ତିୁଗୁଡ଼ିକରେ ହାତ ଯୋଡ଼ି ଭୋଟ ଭିକ୍ଷା କରୁଥିବା ବେଳେ ବିଜେଡ଼ି ସରକାର ଜିତି ସରକାର ଗଢିବା ପରେ ଭୁବନେଶ୍ୱର ମହାନଗର ନିଗମ, ବିଡ଼ିଏ, ଜିଏ, ପୋଲିସ୍ର ମିଳିତ ଉଦ୍ୟମରେ ଗତ କିଛି ଦିନ ହେବ ଭୁବନେଶ୍ୱରରେ ବସ୍ତି ଉଚ୍ଛେଦ ଆରମ୍ଭ କରିଛନ୍ତି । ଗତ ୩ ତାରିଖ ଫନି ମହାବାତ୍ୟାରେ ଘରଦ୍ୱାର ଉଜୁଡ଼ି ଯିବା ସହ ସମସ୍ତେ ସର୍ବସ୍ୱାନ୍ତ ହେବା ପରେ ବହୁ କଷ୍ଟରେ ପୁଣି ନିଜର ମୁଣ୍ଡ ଗୁଞ୍ଜିବା ପାଇଁ କାମଧନ୍ଦା କରି ଘର ଖଣ୍ଡେ କରିବା ପାଇଁ ଅଣ୍ଟା ଭିଡ଼ୁଥିବା ବେଳେ ଏବେ ରାଜ୍ୟ ସରକାରଙ୍କ •ରି ବିଭାଗ ଆସି ଏମ୍ଏଲ୍ଏ କଲୋନୀ, ଡ଼ମଣାର ମହାବୀର ବସ୍ତିଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ଦଳବଳ ପହଞ୍ôଚଥିବା ଅଧିକାରୀମାନଙ୍କୁ ଓଡ଼ିଶା ବସ୍ତି ସଂଘର୍ଷ ସମିତି ତରଫରୁ ଜୋରଦାର ବିରୋଧ କରାଯାଇଛି । ଆଗକୁ ବର୍ଷାଦିନ ଆସୁଥିବାରୁ ରାଜ୍ୟ ସରକାର କରିଥିବା ବସ୍ତି ଉଚ୍ଛେଦକୁ ଆହୁରି ଜୋରଦାର ବିରୋଧ କରାଯିବ । ଏଠାରେ ଉଲ୍ଲେଖଥାଉକି ଓଡ଼ିଶା ବସ୍ତି ସଂଘର୍ଷ ସମିତି ତରଫରୁ ଗତ କିଛି ବର୍ଷ ହେବ ବସ୍ତି ବାସିନ୍ଦାମାନଙ୍କ ଜମି ଅଧିକାର ନେଇ ଆନ୍ଦୋଳନ କରୁଥିବା ବେଳେ ରାଜ୍ୟ ସରକାର ବସ୍ତି ବାସିନ୍ଦାମାନଙ୍କୁ ରହୁଥିବା ଜାଗା ଗୁଡ଼ିକରେ ଜମି ଆବଣ୍ଟନ କରି ଉଚ୍ଛେଦ କରିବା ବସ୍ତିବାସିନ୍ଦାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ବୋଲି ସମିତି ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ, ପ୍ରଶାନ୍ତ ବେହେରା, ସୁଦର୍ଶନ ପୃଷ୍ଟି, ପି. ରାମରେଡ୍ଡି ପ୍ରମୁଖ ଏକ ପ୍ରେସ୍ ମାଧ୍ୟମରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ