ଭାରତ ବିବାଶ ପରିଷଦ ବାଣୀବିହାର ଶାଖାର ୫ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଭୁବନେଶ୍ୱର : ଶରୀର ମନ ଏବଂ ପରିବେଶକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ଭାରତ ବିକାଶ ପରିଷଦ, ବାଣୀବିହାର ଶାଖା ତରଫରୁ ୫ମ ଆନ୍ତର୍ଜାତୀୟ ଯୋଗ ଦିବସ ଭୁବନେଶ୍ୱରସ୍ଥ ଲକ୍ଷ୍ମୀବିହାରଠାରେ ପାଳିତ ହୋଇଯାଇଛି । ପ୍ରଥମେ ଯୋଗର ଉପକାରିତା ଓ ମନୁଷ୍ୟ ଶରୀର ଉପରେ ତାହାର ପ୍ରଭାବ ବିଷୟରେ ଆଲୋଚନା କରାଯାଇ ଯୋଗ ଏବଂ ପ୍ରାଣାୟମରେ ଭାରତବର୍ଷ ସମଗ୍ର ବିଶ୍ୱକୁ ପ୍ରଭାବିତ କରିପାରିଛି ବୋଲି ମତପ୍ରକାଶ ପାଇଥିଲା । ଉକ୍ତ ଶିବିରକରେ ସର୍ବଶ୍ରୀ ଭିକ୍ଷାକାରୀ ତ୍ରିପାଠୀ, ସୁବୋଧ ମହାନ୍ତି, ଗୌରାଙ୍ଗ ନାୟକ, ଲକ୍ଷ୍ମଣ ମହାନ୍ତି, ମୃତ୍ୟୁଞ୍ଜୟ ମହାନ୍ତି, କାମାକ୍ଷାପ୍ରସାଦ କର, ଶ୍ରୀମତୀ ବନଲତା ମହାନ୍ତି, ବବିତା ମହାନ୍ତି, ଲଡୁକିଶୋର ପ୍ରଧାନଙ୍କ ତତ୍ତ୍ୱାବଧାନରେ ବହୁ ସଂଖ୍ୟାରେ ସଭ୍ୟସଭ୍ୟା ଯୋଗଦେଇ ଯୋଗ ଏବଂ ପ୍ରାଣାୟମ କରିବା ସହ ଆଲୋଚନାରେ ଭାଗ ନେଇଥିଲେ । ଯୋଗଗୁରୁ ଦେବେନ୍ଦ୍ର ନାଥ ବେହେରା ଶିବିର ପରି•ଳନା କରିବା ସହ ସମଗ୍ର କାର୍ଯ୍ୟକ୍ରମଟିୁ ସମାଜସେବୀ ମନୋରଞ୍ଜନ ମହାନ୍ତି ଅତି ସୁନ୍ଦର ଭାବେ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ