ବଲିଉଡରେ ଓଡ଼ିଆ ପୁଅର କମାଲ
ଭୁବନେଶ୍ୱର,(ଯୁଗାବ୍ଦ ନୁ୍ୟଜ୍) : ବଲିଉଡ଼ରେ ବାୟୋପିକ ଟ୍ରେଣ୍ଡ କିଛି ନୂଆ କଥା ନୁହେଁ । କେତେବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତ କେତେବେଳେ ବକ୍ସର ମେରୀକମ୍ ତ ଆଉ କେତେବେଳେ ଧାବକ ମାଲିଖା ସିଂଙ୍କ ନାମରେ ତିଆରି ହୋଇଛି ଚଳଚ୍ଚିତ୍ର । ଏବେ ସିନେପ୍ରେମୀ ଦେଖିବାକୁ ପାଇବେ ଓଡ଼ିଆ ପୁଅ ସାଇରାମର କାହାଣୀକୁ ନେଇ ଏକ ନୂଆ ଚଳଚ୍ଚିତ୍ର । ଜଣେ ସ୍ୱେଚ୍ଛାସେବୀ ଭାବେ କିପରି ସେ ପରିଚିତ ହାସଲ କରିପାରିଛନ୍ତି ତାହାକୁ ଚଳଚ୍ଚିତ୍ରର କାହାଣୀ । ନୂଆଦିଲ୍ଳୀରେ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍ ହୋଇସାଇଛି । ସାଂସଦ ମନୋଜ ତିୱାରୀ ରିଲିଜ୍ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସିଲ୍ଭର ସ୍କ୍ରିନ୍ରେ ଓଡ଼ିଆ ପୁଅର କାହାଣୀ । ସିନେପ୍ରେମୀ ଦେଖିବେ ସିଲ୍ଭର ଗାନ୍ଧୀର ଚରିତ୍ର ହାତରେ ବାଡ଼ି ଓ ଝାଡୁ ଧରି ସଙ୍ଗୀତ ମହାବିଦ୍ୟାଳୟରୁ କିପରି ଥିଲା ଦିଲ୍ଲୀ ଯାତ୍ରା । ସଙ୍ଗୀତ ମହାବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ସାଇରାମ ପାଇଛନ୍ତି ଏକ ନୂଆ ପରିଚୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନର ବାର୍ତ୍ତାକୁ ବିଭିନ୍ନ ରାଜ୍ୟରେ ପହଞ୍ଚାଇଥିଲେ ସାଇରାମ । ଯାହାକୁ ଭେଟିଲେ ସ୍ୱଚ୍ଛତାର ବାର୍ତ୍ତା ଦେଲେ । ଦେଶର କୋଣ ଅନୁକୋଣରେ ସାଉଁଟିଲେ ପ୍ରଶଂସା । ୨୦୧୬ ଜୁନ୍ରେ ପୁରୀରୁ ଯାତ୍ରା ଆରମ୍ଭ କରି ୨୦୧୮ ଅକ୍ଟୋବରରେ ଦିଲ୍ଲୀରେ ପହଞ୍ଚôଥିଲେ । ଏଇ ନିକଟରେ ପୁଣି ଭାରତବର୍ଷ ଯାତ୍ରାରେ ବାହାରିବେ ସାଇରାମ । ଦିଲ୍ଲୀରେ ସାଂସଦ ମନୋଜ ତିୱାରୀଙ୍କ ସହ ୨୦୧୮ ମସିହାରେ ଦେଖା ହେବାରୁ ସେ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ୍ କରାଇଥିଲେ । ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତେ ସାଇରାମଙ୍କ ପ୍ରଶଂସାରେ ଶତମୁଖ । ଚଳଚ୍ଚିତ୍ରଟିର ନିଦେ୍ର୍ଧଶନା ଦେଇଛନ୍ତି ମଧ୍ୟ ଜଣେ ଓଡ଼ିଆ ପୁଅ ଅବିନାଶ ନନ୍ଦ । ବଲିଉଡ଼ର ଜଣେ ଆଗଧାଡ଼ିର କଳାକାରଙ୍କୁ ସିଲ୍ଭର ଗାନ୍ଧୀ ଚରିତ୍ରରେ ଦେଖିବାକୁ ମିଳିବ । ଦିଲ୍ଲୀରେ ସିଲ୍ଭର ଗାନ୍ଧୀ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍ ହେବା ପରେ ଚଳଚ୍ଚିତ୍ରକୁ ନେଇ ବଢିଛି ଉକ୍ରଣ୍ଠା । ଅକ୍ଟୋବର ମାସରେ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ । ହିନ୍ଦୀ ସମେତ ୬ଟି ଭାଷାରେ ଡ଼ବିଂ ପାଇଁ ଯୋଜନା କରୁଛନ୍ତି ପ୍ରଯୋଜନା ସଂସ୍ଥା । ତେବେ ଏହି ଚଳଚ୍ଚିତ୍ରଟି ବଡ଼ ସଫଳତା ହାସଲ କରିବ ବୋଲି ସମସ୍ତେ ଆଶାବ୍ୟକ୍ତ କରିଛନ୍ତି ।


