ୟୁରୋ କିଡସ ପ୍ରି ସ୍କୁଲଠାରେ ଗଣେଶ ପୂଜା ପାଳିତ

ଛତ୍ରପୁର,(ଯୁଗାବ୍ଦ ନୁ୍ୟଜ୍) : ଆଜି ହେଉଛି ପବତ୍ର ଗଣେଷ ଚତୁର୍ଥୀ । ଏଥି ପାଇଁ ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ଉତ୍ସବ ମୁଖର ହୋଇ ଉଠିଛି । ସବୁଠି ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ । ଧୂପ ଦୀପ ମହକରେ ମହକି ଉଠୁଛି ସାରା ସହର । ବିଭିନ୍ନ ଶିକ୍ଷାନୁÂାନ ,ସରକାରୀ , ବେସରକାରୀ କାର୍ଯ୍ୟାଳୟ ଓ ସାହି କମିଟି ପକ୍ଷରୁ ସ୍ଥାପନ ହୋଇଛି ପ୍ରଭୂ ଗଜାନନଙ୍କ ମେଢ । ରଙ୍ଗ ବେରଙ୍ଗରେ ସଜ୍ଜିତ ହୋଇଛି ମେଢ ଗୁଡିକ । ସେଥିମଧ୍ୟରୁ ସ୍ଥାନୀୟ ପିଲିବନ୍ଧ ରୋଡ଼ସ୍ଥିତ ଆନ୍ତର୍ଜାତୀକ ମାର୍କା ୟୁରୋ କିଡସ ପ୍ରି ସ୍କୁଲଠାରେ ମହାଆଡମ୍ବର ସହକାରେ ସ୍କୁଲର ଅଧ୍ୟକ୍ଷ ତଥା ଯୁବ ଆଇନଜୀବୀ ରଞ୍ଜନ ମହାପାତ୍ର ଏବଂ ତାଙ୍କ ସହଧର୍ମିଣୀ ତଥା ସ୍କୁଲର କାର୍ଯ୍ୟକାରୀ ପ୍ରିନ୍ସପାଲ ସସ୍ମିତା ମହାପାତ୍ରଙ୍କ ପୌରହିତ୍ୟରେ ଦୁଇ ଜଣ ପଣ୍ଡିତ ହୋମଯଜ୍ଞ ସହ ପୂଜା ପାଠ କରିଥିଲେ । ଏହି ଅବସରରେ ସ୍କୁଲର ବିଦ୍ୟାର୍ଥୀମାନେ ନୂତନ ପୋଷାକ ପରିଧାନ କରି ଯାକଜକମରେ ସ୍କୁଲକୁ ଆସି ପୂଜାରେ ସାମିଲ ହେବା ସହ କେତେକ ବିଦ୍ୟାର୍ଥୀ ଖଡ଼ି ଛୁଆଁ କରିଥିଲେ । ସମସ୍ତ ଶିକ୍ଷୟତ୍ରୀ ଓ ବିଦ୍ୟାର୍ଥୀ ସ୍କୁଲର କର୍ମଚାରୀମାନେ ଏହି ପୂଜା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆଳତି ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ଅନିଲ ରେଡ୍ଡି, କ୍ରୀଡ଼ା ଶିକ୍ଷକ ତଥା ସୁନାମଧନ୍ୟ କୋଚ ସୀମାଂଚଳ ଗୌଡ଼ଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ପ୍ରକାଶଥାଉକି ଯେ ଛତ୍ରପୁର ସହରରେ ପ୍ରଥମ କରି ଏପରି ଏକ ଆନ୍ତର୍ଜାତୀକ ମାର୍କା ସ୍କୁଲ ହୋଇଥିବାରୁ ଅଭିଭାବକମାନେ ଖୁସି ଜାହିର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ