ବଳଙ୍ଗା ଥାନା ବିସ୍ଫୋରଣଘଟଣା ଏସ.ଆଇ. ନିଲମ୍ବିତ
ନିମାପଡ଼ା, (ସନ୍ତୋଷଦାଶ):ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ହୋଇଥିବା ବିସ୍ଫୋରଣ ଘଟଣାରେ ଆଜି ଥାନାର ମାଲଖାନା ଦାୟିତ୍ଵ ରେ ଥିବା ଏସ.ଆଇ ତଅପୋଇ ନାୟକ ନିଲମ୍ବିତ ହୋଇଥିବା ଜଣାପଡିଛି।ଗତ ୨୭ ତାରିଖ ବିଳମ୍ବିତ ରାତିରେ ବଳଙ୍ଗା ଥାନାର ମାଲଖାନା ନିକଟରେ ଥିବା ଏକ ଛୋଟ ଘରେ ସୋଲାର ସିଷ୍ଟମର ପ୍ରାୟ ୧୮ଟି ବ୍ୟାଟେରୀ ଓ କିଛି ଜବତ ବାଣ ବିସ୍ଫୋରଣରେ ପ୍ରଚଣ୍ଡ ଶଦ୍ଦ ସହ ଘରର ଛାତ ଓ କାନ୍ଥ ଭାଙ୍ଗି ଚୁରମାର ହୋଇଯାଇଥିଲା।ଏହି ଘଟଣାର ତଦନ୍ତ ଦାୟିତ୍ୱ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂନ୍ନଚନ୍ଦ୍ର ପ୍ରଧାନଙ୍କୁ ଦିଆଯାଇଥିଲା।ଆଜି ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ତଦନ୍ତ ଆଧାରରେ ଆରକ୍ଷୀ ଅଧିକ୍ଷକ ଡାକ୍ତର କନୱର ବିଶାଲ୍ ସିଂ ଏସ.ଆଇ ତଅପୋଇ ନାୟକଙ୍କୁ ନିଲମ୍ବିତ କରିଛନ୍ତି।