ବଳଦେବଜୀଉ ମନ୍ଦିରର ଉନ୍ନତି ନିମନ୍ତେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ
କେନ୍ଦ୍ରାପଡା,(ଯୁଗାବ୍ଦ ନୁ୍ୟଜ୍): କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମନ୍ଦିରର ଉନ୍ନତି ନିମନ୍ତେ ଶନିବାର ଦେବୋତ୍ତର କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁÂିତ ହୋଇଯାଇଛି । ବଳଦେବଜୀଉ ମନ୍ଦିର ପରିସର ସହିତ ଗୁଣ୍ଡିଚା ମନ୍ଦିର ଓ ଏହାର ଚର୍ତୁଃପାଶ୍ୱର୍ର ଉନ୍ନତି କରଣ ନିମନ୍ତେ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳ ଏହିସବୁ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଅନୁଧ୍ୟାନ କରିବା ସହିତ ଏହାର କାର୍ଯ୍ୟକାରିତା ନିମନ୍ତେ ଅଟକଳ ପ୍ରସ୍ତୁତ କରିବାକୁ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଅଟକଳ ଅନୁଯାୟୀ ରାଜ୍ୟ ସରକାରଙ୍କଠାରୁ ମନ୍ଦିରର ଉନ୍ନତିକରଣ ପାଇଁ ଆବଶ୍ୟକ ଅର୍ଥ ମଞ୍ଜୁରପାଇଁ ଜିଲ୍ଲାପାଳ ସୂଚନା ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରÂବୋର୍ଡର ଅଧ୍ୟକ୍ଷ ଜ୍ୟୋତିଶଙ୍କର ମହାପାତ୍ର, ମନ୍ଦିର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ,ଜିଲ୍ଲା ଯୋଜନା ବିଭାଗ ଅଧିକାରୀ,ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ,ଟ୍ରଷ୍ଟବୋର୍ଡ ସଭ୍ୟ ବଳରାମ ସୁଆର, ଧିରେନ କୁମାର ସାହୁ, ରଞ୍ଜନ କୁମାର ପୃଷ୍ଟି, ଯଯାତି କେଶରୀ ମହାନ୍ତି ଓ ନୃସିଂହ ପତ୍ରୀ ପ୍ରମୁଖ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହି ।ାଲୋଚ ନାରେ ଅଂଶଗ୍ରହଣ କରିଥିଲେ ।