ବସନ୍ତକୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟର ପଂଚଦଶତମ ବାର୍ଷିକ ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଓସ୍ତପୁରର ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ପଂଚଦଶତମ ବାର୍ଷିକ ଉତ୍ସବ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଚିକିତ୍ସାଳୟର ପ୍ରତିଷ୍ଠାତା ପ୍ରଫେସର ଡା. ବିମଳକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡାର ଅତିରିକ୍ତ ତହସିଲଦାର ନମିତା ବାରିକ ମୁଖ୍ୟ ଅତିଥି, ପ୍ରଫେସର ଡା. ପ୍ରଫୁଲ୍ଲ କୁମାର ମହାପାତ୍ର ବିଶିଷ୍ଟ ଅତିଥି ଓ ଡା.ବିଶ୍ୱ ପ୍ରକାଶ କାନୁନଗୋ, ସମାଜସେବୀ ଗୋପିନାଥ ତ୍ରିପାଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓସ୍ତପୁର ଭଳି ଏକ ନିପଟ ମଫସଲ ଅଂଚଳରେ ୧୫ବର୍ଷ ପୂର୍ବେ ଏକ ମହତ ଉଦେଶ୍ୟରେ ଏଭଳି ଏକ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠାକରି ଗ୍ରାମାଚଂଳର ଗରୀବ ଲୋକମାନଙ୍କୁ ଚକ୍ଷୁ ଚିକିତ୍ସାର ସେବା ଯୋଗାଇଦେବା କେବଳ ଡା. ବିମଳବାବୁଙ୍କ ଭଳି ସମାଜସେବୀଙ୍କ ଦ୍ୱାରା ସମ୍ଭବ । ମା’ ବସନ୍ତ କୁମାରୀଙ୍କ ନାମରେ ପ୍ରତିଷ୍ଠା କରାଯାଇଥିବା ଏହି ଚିକିତ୍ସାଳୟରେ ଏହା ମଧ୍ୟରେ ୧୦ହଜାରରୁ ଉର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା କରାଯାଇଛି । ବହୁ ଘାତ ପ୍ରତିଘାତ ମଧ୍ୟରେ ୧୫ବର୍ଷ ଅତିକ୍ରମ କରିଥିବା ଏହି ଚିକିତ୍ସାଳୟରେ ଚକ୍ଷୁ ଅସ୍ର୍ତ୍ରୋପ୍ରଚାର ପାଇଁ ସୁଦୂର କଟକ, ଭୁବନେଶ୍ୱର ଭଳି ସହରକୁ ଯାଇପାରୁନଥିବା ଗରୀବ ଅସହାୟ ଲୋକମାନଙ୍କ ଚକ୍ଷୁରେ ଏହି ଚିକିତ୍ସାଳୟରେ ଅସ୍ର୍ତ୍ରୋପ୍ରଚାର କରାଯାଉଛି । ସମାଜସେବାକୁ ନିଜ ଜୀବନର ବ୍ରତ କରିଥିବା ଡା. ବିମଳ ତ୍ରିପାଠୀ ପ୍ରକୃତରେ ଏମାଟିର ଜଣେ ସୁଯୋଗ୍ୟ ସନ୍ତାନ ଓ ଏକ ବିରଳ ବ୍ୟକ୍ତିତ୍ୱ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଚିକିତ୍ସାଳୟ ପରିସରରେ ଏକ ଥଣ୍ଡାପାନୀୟ ପ୍ରକଳ୍ପ ଓ ପାର୍କିଂ ଏରିଆର ଉଦଘାଟନ କରାଯାଇଥିଲା । ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ଚକ୍ଷୁ ଚିତ୍ସାଳୟର ପରିଚାଳନାରେ ପ୍ରମୁଖ ଅବଦାନ ଥିବା କର୍ମଚାରୀ ଇତିଶ୍ରୀ ନାୟକ, ସତ୍ୟବ୍ରତ ସିଂ, ଏ.ଏନ.ଏମ. ବନିତା ଧନି, ଜୟଶ୍ରୀ ସାହୁ, ଶିବାନନ୍ଦ ମାଟିଆ, ଖଗେଶ୍ୱର ଦଳେଇ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀମତୀ ବାରିକ ଗ୍ରାମାଚଂଳର ଗରୀବ ଲୋକମାନଙ୍କୁ ନିସ୍ୱାର୍ଥପର ସେବା ଯୋଗାଇଦେବାରେ ଚିକିତ୍ସାଳୟର ଅଧ୍ୟକ୍ଷ ପ୍ରଫେସର ଡା. ତ୍ରିପାଠୀଙ୍କ ଅତୁଳନୀୟ ଭୂମିକା ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ । ଚିକିତ୍ସାଳୟର ଡା. ସରୋଜ କୁମାର ତ୍ରିପାଠୀ ଅତିଥି ପରିଚୟ, ସ୍ୱାଗତ ଭାଷଣ ପ୍ରଦାନ ସହ ଉତ୍ସବ ପରିଚାଳନା କରିଥିଲେ । ଶେଷରେ ଇଂ ମନୋଜ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. ନିରଞ୍ଜନ ପରିଡା, ଅବସରପ୍ରାପ୍ତ ପ୍ରଶାସକ ନିରଞ୍ଜନ ସାହୁ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ଫକିର ଚରଣ ଖଟୁଆ, ଓକିଲ ମନୋଜ କୁମାର ସାହୁ, ବିଧୁ ଭୂଷଣ ମହାପାତ୍ର, ମହେନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ