ବସନ୍ତିଆରେ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଚଳିତ ସାଧାରଣ ନିର୍ବାଚନରେ ବିଜୟଲାଭ କରିଥିବା ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ବସନ୍ତିଆ ଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଧାମନଗରର ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଣ୍ଡାରିପୋଖରୀର ପ୍ରାକ୍ତନ ବିଧାୟକ ରଥ ଦାସ, ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ସଭ୍ୟ ପ୍ରଶାନ୍ତ ଦାଶ, ରବିନ୍ଦ୍ର ଦାସ, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ସରପଞ୍ଚ ସତ୍ୟପ୍ର୍ରିୟା ଜେନା ପ୍ରମୁଖ ଯୋଗ ଦେଇଥିଲେ । ନବ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ବିଜେଡିର ବରିଷ୍ଠ ନେତୃତ୍ୱ ଓ କର୍ମୀ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ପଣ୍ଡା, ଭାଗବତ ପଣ୍ଡା, ବାପୁ ରାଉଳ, ବିଜୁ ସାହୁ, ବନା ଘୋଷ, ଜଗନ୍ନାଥ କର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥିରେ ୨ ଶହରୁ ଉଦ୍ଧ୍ୱର୍ କର୍ମୀ ଓ ଏସ.ଏଚ୍.ଜି ମହିଳା ମାନେ ଯୋଗ ଦେଇଥିଲେ । ସେହିପରି ତୋଡଗାଁ, କେନ୍ଦୁଆପଦା, ଗୋବିନ୍ଦପୁର, ସେଣ୍ଢତୀରା, ନିଳୋକ, ପଧାନପଡା, ବନ୍ତ ପଞ୍ଚାୟତରେ ସାଂସଦ ଓ ବିଧାୟକଙ୍କୁ ବିଜେଡିର କର୍ମୀ ମାନେ ସମ୍ବର୍ଦ୍ଧିତ କରିଥିବାର ଦେଖାଯାଇଥିଲା । ବିଡିଓ ରେବେକା ବିଲୁଙ୍ଗ ଓ ଅନ୍ୟ କର୍ମଚାରୀ ମାନେ ସାଂସଦ ଓ ବିଧାୟକଙ୍କୁ ବନ୍ତ ବ୍ଲକ ଛକ ଠାରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜଣାଇଥିଲେ ।