ବନ୍ଦୀ ବରଗଛ

ପାକିସ୍ତାନର ଖୈବରଠାରେ ରହିଛି ଏକ ବରଗଛ । ୧୨୦ ବର୍ଷ ଧରି ଏହି ବରଗଛକୁ ଲୁହା ଜଞ୍ଜିରରେ ବନ୍ଧାଯାଇଛି । ଗଛରେ ଏକ ବୋର୍ଡରେ ଲେଖା ଯାଇଛି “ଆଇ ଆମ୍ ଅଣ୍ଡର ଆରେଷ୍ଟ’ । ୧୮୯୮ରେ ଇଂରେଜ ଅଫିସର ଜେମ୍ସ୍ ସ୍କ୍ୱିଡ୍ ଦିନେ ରାତିରେ ନିଶାରେ ଚୁର୍ ହୋଇ ବଗିଚାରେ ଟହଲ ମାରୁଥିଲେ । ତାଙ୍କୁ ଲାଗିଲା ବରଗଛ ତାଙ୍କ ଆଡକୁ ଆସୁଛି । ଯେ ଜୋରରେ ଚିକ୍ରାର କଲେ ଷ୍ଟପ୍ ଦେୟାର । ମାତ୍ର ବରଗଛ ରହିଲାନି । ନିଶାରେ ଅଫିସର ପାଟି କଲେ ଆରେଷ୍ଟ ଇଟ୍ । ସାଙ୍ଗେ ସାଙ୍ଗେ ପାଖରେ ଥିବା ସିପାହୀମାନେ ଗଛକୁ ଲୁହା ଜଞ୍ଜିରରେ ବାନ୍ଧି ତାଲା ପକାଇ ଦେଇଥିଲେ । ସକାଳେ ଅଫିସର ନିଜ ଭୁଲ୍ ବୁଝିପାରିଲେ । ତେବେ ଗଛରୁ ଲୁହା ଜଞ୍ଜିରକୁ ହଟାଇବାକୁ ସିପାହୀମାନଙ୍କୁ ମନାକଲେ । ଗଛରେ ଟଙ୍ଗାଇଦେଲେ ଇଂଲିସ୍ରେ ଲେଖାଥିବା ବାର୍ଡ । ବରଗଛକୁ ଦେଖିବାକୁ ପ୍ରତିଦିନ ଦେଶବିଦେଶରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ