ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟରେ ମାଗଣା ଚକ୍ଷୁ ଅସ୍ର୍ତ୍ରୋପ୍ରଚାର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ସ୍ଥିତ ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୮ଜଣ ଚକ୍ଷୁ ରୋଗୀଙ୍କ ମାଗଣା ଚକ୍ଷୁ ଅସ୍ର୍ତ୍ରୋପ୍ରଚାର କରାଯାଇଛି । ଚିକିତ୍ସାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ଡା. ବିମଳକାନ୍ତ ତ୍ରିପାଠୀ ଏହି କାର୍ଯ୍ୟକୁ ଉଦଘାଟନ କରିଥିବା ବେଳେ ଡା. ସରୋଜକାନ୍ତ ତ୍ରିପାଠୀ ରୋଗୀମାନଙ୍କର ଚକ୍ଷୁ ଅସ୍ର୍ତ୍ରୋପ୍ରଚାର କରିଥିଲେ । ସମାଜସେବୀ ଫକିର ଚରଣ ଖଟୁଆ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଳେ ଚିକିତ୍ସାଳୟର ଷ୍ଟାଫ ସତ୍ୟବ୍ରତ ସିଂ, ଦିଲ୍ଲିପ ମୁଦୁଲି, ରଞ୍ଜନ କୁମାର, ଜୟଶ୍ରୀ ସାହୁ, ବନିତା ଧାନୀ ଓ ଖଗେଶ୍ୱର ବେହେରା ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।