ବସୁନ୍ଧରା ଯୋଜନାରେ ଜମି ପଟ୍ଟା ପାଇଥିଲେ ମଧ୍ୟ ଜମି ଚିହ୍ନଟ ହେଉନଥିବା ତହସିଲଦାରଙ୍କୁ ଅଭିଯୋଗ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ଭୂମିହିନମାନଙ୍କୁ ଭୂମି ଯୋଗାଇ ଦେବା ପାଇଁ ସରକାରଙ୍କ ତରଫରୁ ବସୁନ୍ଧରା ଯୋଜନା ପ୍ରଣୟନ କରାଯାଇଛି । ଏହି ଯୋଜନା ମାଧ୍ୟମରେ ଭୂମିହିନମାନଙ୍କୁ ଅନ୍ତଭୂକ୍ତ କରାଯିବା ସହିତ ସରକାରଙ୍କ ନିୟମାନୁସାରେ ବାସଗୃହ ପାଇଁ ୧୦ ଡିସିମିଲ ଜାଗା ଚିହ୍ନଟ କରାଯାଇ ପଟ୍ଟା ପ୍ରଦାନ କରାଯିବ । ଏହି ଯୋଜନାରେ ୧୨ ଡିସେମ୍ବର ୨୦୧୮ ରେ ଶାଳିଜଙ୍ଗାସ୍ଥିତ ୧୪ଜଣ ଆଦିବାସୀ ପରିବାରକୁ ପଟ୍ଟା ପ୍ରଦାନ କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ ଯେଉଁ ପଟ୍ଟା ପ୍ରଦାନ କରାଯାଇଛି କିନ୍ତୁ ସ୍ଥାନ ଚିହ୍ନଟ କରାଯାଇ ନାହିଁ । ଯାହାଫଳରେ ୧୪ ଜଣ ପରିବାର ପଟ୍ଟା ଧରି ବସି ରହିଥିବା ଦଳିତ ବିକାଶ ପରିଷଦ ,ଜଗତସିଂହପୁର ସଭାପତି ଶଙ୍କର ଦାସ ଗୁରୁବାର ତହସିଲଦାର ଜେ.କଳ୍ପନାଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯେଗା ମୁତାବକ ଏହି ପଡାର ସଂଜୁ ସିଂ,ରମେଶ ସିଂ,ଗୀତାରାଣୀ ସିଂ,ତୋଫାନୀ ସିଂ,ମିଲନ ସିଂ,ଥିବିରା ସିଂ,ବାସନ୍ତୀ ସିଂ,ସେବତୀ ସିଂ,ଲକ୍ଷ୍ମୀ ସିଂ,ମମତା ସିଂ,ସୀତାସିଂ,ମିନତୀ ସିଂ,ରବି ସିଂ ଆଦି ପଟ୍ଟା ପାଇଥିଲେ ମଧ୍ୟ ସ୍ଥାନ ନିରୁପଣ ନହେବାରୁ ସେମାନେ ଗୃହ ନିର୍ମାଣ କରିପାରୁ ନାହାନ୍ତି । ସରକାରଙ୍କ ନିୟମାନୁସାରେ ୧୦ ଡିସିମିଲି ଯାଗା ଦେବାର ନିୟମ ଥିଲେ ମଧ୍ୟ ତାହା ମଧ୍ୟ ପାଳନ କରାଯାଇ ନାହିଁ । ତେଣୁ ଜମି ପଟ୍ଟା ପାଇଥିବା ହିତାଧିକାରୀ ମାନଙ୍କୁ ଯଥା ଶୀଘ୍ର ସ୍ଥାନ ଚିହ୍ନଟ କରିଦେବାକୁ ସେ ଅଭିଯେଗାରେ ଦର୍ଶାଈଛନ୍ତି । ଏହାର ନକଲ କପି ଜଗତସିଂହପୁର ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି । ସ୍ଥାନ ଚିହ୍ନଟ ସଂପର୍କରେ ତହସିଲଦାର ଜେ.କଳ୍ପନାଙ୍କ ସହିତ ଯୋଗା ଯେଗା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ