୨୭ ଦିନର ଶିଶୁକୁ ଧରି ଧାରଣାରେ ବସିଲେ ମହିଳା ସରପଂଚ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କାର୍ଯ୍ୟାଳୟର ଫାଟକ ସମ୍ମୁଖରେ ବୁଧବାର ବ୍ଳକର ବିଭିନ୍ନ ପଂଚାୟତର ପ୍ରତିନିଧିମାନେ ୧୦ଦଫା ଦାବିକୁ ନେଇ ଧାରଣା ଦେଇଥିବା ଦ୍ୱିତୀୟ ଦିନରେ ତଥା ଗୁରୁବାର କାର୍ଯ୍ୟାଳୟର ଫାଟକ ଭିତରେ ଧାରଣାରେ ବସିଥିଲେ। ଦାବି ପୂରଣ ନ ହେବାରୁ ତୃତୀୟ ଦିନରେ ଧାରଣା ଜାରି ରହିଥିବା ବେଳେ ଜାମୁଗାଁ ପଂଚାୟତ ସରପଂଚ ଶୁଭ୍ରସ୍ମୃତୀ ପରିଡା ୨୭ଦିନର ଶିଶୁ କନ୍ୟାକୁ ଧରି ଧାରଣାରେ ବସି ରହିଥିବା ଦେଖିବାକୁ ମିଳିଥିଲା। ପ୍ରଥମ ଦ୍ଦ୍ୱିତୀୟ ଦିନରେ ଏମାନଙ୍କ ସହିତ ବିଡିଓ ନିରଂଜନ ପରିଡା ଓ ଥାନାଧିକାରୀ ପ୍ରଦିପ୍ତ କାନୁନଗୋ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଉପରୀସ୍ଥ ପ୍ରଶାସନିକ ଅଧିକାରୀ ଆସି ତାଙ୍କ ସହିତ ଆଲୋଚନା କରନ୍ତୁ ଅଥବା ବିଡିଓ ଲିଖିତ ପ୍ରତିଶ୍ରୁତି ଦେଲେ ଧାରଣାରୁ ଓହରିବେ ବୋଲି ପଂଚାୟତ ପ୍ରତିନିଧିମାନେ ଅଡି ବସିଥିଲେ। ହେଲେ ତୃତୀୟ ଦିନରେ ବିଡିଓ ପରିଡା ଓ ଥାନାଧିକାରୀ କାନୁନଗୋ ତାଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନଥିବାରୁ ଧାରଣା ଜାରି ରହିଥିବା ଜଣାଯାଇଛି। ସୂଚନା ଅନୁସାରେ ପଂଚାୟତ ପ୍ରତିନିଧିମାନେ ଏକ ଦାବିପତ୍ର ଅକ୍ଟୋବର ୧୩ ରେ ବିଡିଓ ପରିଡାଙ୍କୁ ପ୍ରଦାନ କରାଯାଇଥିଲେ। ଏହି ଦାବି ଗୁଡିକ ୭ ଦିନ ମଧ୍ୟରେ ସମାଧାନ କରା ନ ଗଲେ ପ୍ରଥମେ ଧାରଣା ଓ ପରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଥିଲେ। ହେଲେ ସେମାନଙ୍କର ଦାବି ଗୁଡିକ ବିଡିଓଙ୍କ ସହିତ ଆଲୋଚନା ହୋଇଥିଲେ ମଧ୍ୟ ଧାର୍ଯ୍ୟ ସମୟ ମଧ୍ୟରେ କୌଣସି ସମାଧାନ ହୋଇପାରିନଥିଲା। ଫଳରେ ପଂଚାୟତ ପ୍ରତିନିଧିମାନେ ବାଧ୍ୟ ହୋଇ ଅକ୍ଟୋବର ୨୨ ତାରିଖରେ ପଂଚାୟତ ସମିତି କାର୍ଯ୍ୟାଳୟର ଫାଟକ ବାହାରେ ଧାରଣାରେ ବସି ରହିଥିଲେ। ଧାରଣାସ୍ଥଳକୁ ବିଡିଓ ଆସି ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପଂଚାୟତ ପ୍ରତିନିଧିମାନେ ଗୁରୁବାର ପଂଚାୟତ ସମିତି କାର୍ଯ୍ୟାଳୟର ଫାଟକ ଭିତରେ ବସି ଧାରଣା ଦେଇଥିବା ଦେଖାଯାଇଛି। ଯେଉଁ ପର୍ଯ୍ୟନ୍ତ ଦାବି ଗୁଡିକ ପୁରଣ ନ ହୋଇଛି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ପଂଚାୟତ ପ୍ରତିନିଧିମାନେ ସୂଚନା ପ୍ରଦାନ କରିଛନ୍ତି। ଏହି ଧାରଣାରେ ପଂଚାୟତ ସମିତି ଉପାଧ୍ୟକ୍ଷ ସୁଜିତ ପୁହାଣ, ଡେରିକି ସରପଂଚ ପ୍ରଶାନ୍ତ ଜେନା, ରୋହିଆ ସରପଂଚ ହେମାମାଳିନୀ ମହାନ୍ତି, କୋରୁଅ ସରପଂଚ ସଂଧ୍ୟାରାଣୀ ବେହେରା, ଶିଖର ସରପଂଚ କବିତା ନାୟକ, ଜାମୁଗାଁ ସରପଂଚ ସୁଭ୍ରସ୍ମୃତୀ ପରିଡା, ଅଲଣା ସରପଂଚ ଚନ୍ଦ୍ରମଣୀ ବେହେରା,ଗଳଧାରୀ ସରପଂଚ ଦିଲ୍ଲିପ ନାୟକ, ନୂଆଗାଁ ସରପଂଚ ଦୋଳଗୋବିନ୍ଦ ରାଉଳ, ଡାବର ସଭ୍ୟ ସୁବଳ ବେହେରା, ଘୋଡାଂଶ ସଭ୍ୟ ତରୁଣକାନ୍ତ ବାରିକ,ବଛାଳୋ ପଂଚାୟତ ସଭ୍ୟ ଚନ୍ଦନ ଲେଙ୍କା,ନାଉଗାଁ ସଭ୍ୟା ମାନସୀ ଲେଙ୍କା ଆଦି ବସି ରହିଥିଲେ।ଏସଂର୍ପକରେ ବିଡିଓ ନିରଂଜନ ପରିଡାଙ୍କୁ ପଚାରିବାରୁ ସେମାନଙ୍କର ଦାବି ଉପରେ ଆଲୋଚନା କରାଯାଉଥିଲେ ମଧ୍ୟ ସେମାନେ ଉପରୀସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରିବା ପାଇଁ ଚାହିୁଁଛନ୍ତି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ