ବସ୍ତି ପିଲାଙ୍କୁ ବିଦ୍ୟାଳୟମୁଖୀ କରିବାକୁ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା) :-ତେଲେଙ୍ଗାସାହି ବସ୍ତି ଅଞ୍ଚଳରେ ମଙ୍ଗଳବାର ସାକ୍ଷରତା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛ । ଶିକ୍ଷୟତ୍ରୀ ଗୀତାଞ୍ଜଳି ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସ୍ୱାକ୍ଷରତା ଅଭିଯାନରେ ସଦର ବ୍ଲକ ଶିକ୍ଷାଧିକାରୀ ମିହିର କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତଙ୍କ ପାଇଁ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । କୋରନା ଯୋଗୁଁ ଦୀର୍ଘ ୨ବର୍ଷ ଧରି ବିଦ୍ୟାଳୟ ପାଠପଢାରୁ ଦୂରେଇ ଯାଇଥିବା ବସ୍ତି ପିଲାଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ଓ ନିୟମିତ ସ୍କୁଲ ଯିବା ପାଇଁ ଶିକ୍ଷୟିତ୍ରୀ ଶ୍ରୀମତୀ ପାଣିଗ୍ରାହୀଙ୍କ ଏହି ପ୍ରୟାସ ଅନ୍ୟମାନଙ୍କ ନିମନ୍ତେ ପ୍ରେରଣା ବୋଲି ସେ କହିଥିଲେ । ପୂର୍ବତନ କାଉନସିଲର ଚିତ୍ତରଞ୍ଜନ ପଣ୍ଡା, ଡାକ୍ତର କୁମାର ଗୋପାଲ ଓ ସମାଜସେବୀ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଛୋଟ ଛୋଟ ପିଲାମାନଙ୍କ ପାଇଁ ଏହି ଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ବସ୍ତି ଅଞ୍ଚଳର ପିଲାଙ୍କୁ ବିଦ୍ୟାଳୟମୁଖୀ କରାଇବାରେ ଏହି କାର୍ଯ୍ୟକ୍ରମ ବେଶ ଉପାଦେୟ ବୋଲି ସେମାନେ କହିଥିଲେ । ସ୍ଥାନୀୟ ଆଶାକର୍ମୀ କଳ୍ପଲତା ଦାସ ଏବଂ ଅଙ୍ଗନବାଡ଼ି କର୍ମୀ ଗୌରୀମଣି ମହାପାତ୍ର ଓ ପ୍ରଭାତି ଦାସ ଏଥିରେ ଉପସ୍ଥିତ ଥିଲେ । ବସ୍ତି ଅଞ୍ଚଳର ବହୁ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ପିଲାଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ