ବହଳଦା ବ୍ଲକର ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ
ରାଇରଙ୍ଗପୁର:ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଝରାଡିହି,କାଙ୍କି ଓ ବହଳଦା ଗ୍ରାମପଞ୍ଚାୟତ ପକ୍ଷରୁ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ ଆରମ୍ଭ ହୋଇଛି।ଝରାଡିହି ଠାରେ ସ୍ଥାନୀୟ ବହଳଦା ରୋଡ ରେଳ ଷ୍ଟେସନ ଠାରେ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ଅଞ୍ଚଳର ପାଖାପାଖି ୬୦\’ଜଣ ଶ୍ରମିକ ତମ୍ବୁରେ ଅସୁରକ୍ଷିତ ଭାବେ ରହୁଥିବା ଖବର ପାଇ ସ୍ଥାନୀୟ ଝରାଡିହି ସରପଞ୍ଚ ମହେନ୍ଦ୍ର ସର୍ଦ୍ଧାର ବହଳଦା ବ୍ଲକ ବିଡିଓ\’ଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବା ପରେ ଉକ୍ତ ଶ୍ରମିକ ମାନଙ୍କୁ କସ୍ତୁରବା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ରହିବା ବ୍ୟବସ୍ଥା କରାଯାଇଥିଲା। ତା ସହିତ ଚାଉଳ,ଡାଲି, ପନିପରିବା,ତେଲ,ଲୁଣ ଆଦି ସେମାନଙ୍କୁ ଯୋଗାଇ ଦିଆ ଯାଇଛି।ସେସବୁକୁ ନେଇ ଶ୍ରମିକ ମାନେ ନିଜେ ରୋଷେଇ କରି ଖିଆପିଆ କରିବାସହ ବେଶ ଆରାମରେ ରହୁଥିବା କହିଥିଲେ।ତେବେ ସ୍କୁଲରେ ୫୦\’ଜଣ ରହୁଥିବାବେଳେ ୮\’ଜଣ ଭଡାଘରେ ରହୁଛନ୍ତି, ସେମାନଙ୍କ ମଧ୍ୟରୁ ୪୦,ଜଣ ଛତିଶଗଡ଼ ୯\’ଜଣ ମଧ୍ୟ ପ୍ରଦେଶର ଓ ଜଣେ ଝାରଖଣ୍ଡ ବୋକାର ଅଞ୍ଚଳର ରହିଥିବା ଜଣା ପଡିଛି।ଏହା ବ୍ୟତିତ ସ୍ଥାନୀୟ ଝରାଡିହି ଅଞ୍ଚଳର ୧୧\’ଜଣ ଅସହାୟ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇ ମା\’ଅନ୍ଧାରୀ ସ୍ବୟଂସହାୟିକା ଗୋଷ୍ଠି ପକ୍ଷରୁ ରନ୍ଧାଖାଦ୍ୟ ଆଜିଠାରୁ ଯୋଗାଇ ଦିଆ ଯାଉଛି।ସେହିପରି କାଙ୍କି ଗ୍ରାମପଞ୍ଚାୟତରେ ୯\’ଜଣଙ୍କୁ ଶୁଖିଲା ଖାଦ୍ୟ ଓ ବହଳଦା ଗ୍ରାମପଞ୍ଚାୟତରେ ୭\’ଜଣଙ୍କୁ ଥ୍ରୀପ୍ଟ ଏଣ୍ଡ କ୍ରେଡିଟ ସ୍ବୟଂସହାୟିକା ଗୋଷ୍ଠି ପକ୍ଷରୁ ବହଳଦା ବାଳକ ଏମଇ ସ୍କୁଲ ଠାରେ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଉଥିବାର ସୂଚନା ହସ୍ତଗତ ହୋଇଛି।