ବହୁଡ଼ିଲେ ତିନି ଠାକୁର, ଖାଁ ଖାଁ ମାଉସୀ ଘର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକର ଆଜି ବିଭିନ୍ନ ସ୍ଥାନରେ ଶ୍ରୀ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଭାବ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି । ଘୋଷଯାତ୍ରା ଠାରୁ ମାଉସୀ ଘରେ ବିରାଜମାନ କରିଥିବା ଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ରଥରେ ଚଢି ମନ୍ଦିରକୁ ଫେରିଯାଇଛନ୍ତି । ଖାଁ ଖାଁ ଲାଗୁଛି ମାଉସୀ ମା ମନ୍ଦିର । ସୂଚନା ଅନୁସାରେ ବ୍ଲକର ପ୍ରସିଦ୍ଧ ବଳଦେବଜୀଉ ପୀଠ ଠାରେ ଦିନ ପ୍ରାୟ ୩ଟା ବେଳେ ବାହୁଡା ଯାତ୍ରା ଆରମ୍ଭ ହୋଇଥିଲା । ପାରମ୍ପରିକ ଭାବେ ଚୌଧୁରୀ ବିମ୍ବାଧର ମହାପାତ୍ର ଗୋଡିପଦା ଛକ ସ୍ଥିତ ମାଉସୀ ମା ମନ୍ଦିର ଠାରେ ଛେରା ପହଁରା କରିବା ପରେ ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରେ ବିରାଜମାନ କରିବା ସହିତ ମନ୍ଦିର ଅଭିମୁଖେ ବାହାରି ଥିଲେ । ବ୍ଲକ ଅଧ୍ୟକ୍ଷ ସୁମତି ସେଠୀ, ସ୍ଥାନୀୟ ସରପଞ୍ଚ ସୁଜାତା ସାହୁଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇ ଭଗବାନଙ୍କ ଆଶିଷ ଭିକ୍ଷା କରିଥିଲେ । ଶାନ୍ତିଶୃଙ୍ଖଳା ପାଇଁ ଥାନା ଅଧିକାରୀ ଅମିତାଭ ଦାସଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ସେହିଭଳି ସରସଦା ପଂଚାୟତ କୁରିକଣା ନେନ୍ତିପୁର ଠାରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଜଗନ୍ନାଥ ମାଉସୀ ଘରୁ ବାହାରି ହନୁମାନ ଛକ ଦେଇ ମନ୍ଦିର    ଅଭିମୁଖେ ଯାଇଥିଲେ। ଆୟୋଜିତ ବାହୁଡାଯାତ୍ରାକୁ କୃତିବାସ ଭଞ୍ଜ, ପିତାମ୍ବର ଭଞ୍ଜ, ଭିକାରୀ ନାୟକ, ଶରତ ଭଞ୍ଜ, ଚକ୍ରଧର ଭଞ୍ଜ, ମାୟାଧର ଭଞ୍ଜ, କାଳିଆ ବାରିକ, ନରେନ୍ଦ୍ର ଭଞ୍ଜ, ଶଙ୍କରା ନାୟକ, ରମେଶ ଚନ୍ଦ୍ର ଭଞ୍ଜ ପ୍ରମୁଖ ପରିଚାଳନା କରିଥିଲେ। ଅନୁରୂପ ଭାବେ ବୟାବନାପୁର, ରାଢୋ, ରାଜେନ୍ଦ୍ରପୁର, ମାଳଦା, ଏକବୋଲା ବାରିକପୁର, ଆଖୁଆପଦା, ନାଆମୀ ପ୍ରମୁଖ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହିତ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ