ବହୁଦିନର ଜମି ବିବାଦ ଶାନ୍ତି କମିଟି ବୈଠକରେ ସମାଧାନ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ର ଅଡବା ଥାନା ଅନ୍ତର୍ଗତ ଆଲିଗଣ୍ଡା ଓ ବେଗଣ୍ଡା ମଧ୍ୟରେ ଜଙ୍ଗଲ କିସମ ଜମି କୁ ନେଇ ଆଦିବାସି ଓ ଅଣ ଆଦିବାସୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ଯାହା ଦ୍ୱାରା ଗ୍ରାମ ରେ ବିଶୁଙ୍ଖୁଳା ସୃଷ୍ଟି ହୋଇଥିଲା I ଏପ୍ରିଲ୍ ମାସ ୪ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଖବର ପାଇ ଅଡବା ଥାନା ପୋଲିସ ପହଞ୍ଚି ବୁଝାବଣା କରିଥଲେ I ଆଲିଗଣ୍ଡା ମୌଜା ଓ ପଡ଼ା ବେଗଣ୍ଡା ଜଙ୍ଗଲ କିସମ ଜମି କୁ ନେଇ ହୋଇଥିବା ବିବାଦ କୁ ସମାଧାନ କରିବା ପାଇଁ ଦୁଇ ଗୋଷ୍ଟି ଙ୍କୁ ଏପ୍ରିଲ୍ ମାସ ୧୭ରେ ଅଡବା ଥାନା ରେ ଉପସ୍ଥିତ ହେବା ପାଇଁ ଚିଠି କରାଯାଇଥିଲା I କିନ୍ତୁ ବେଗଣ୍ଡା ଗ୍ରାମ ର କିଛି ମୂଖ୍ୟ ବେକ୍ତୁ ଉପସ୍ଥିତ ନଥିବାରୁ ସେଇ ଦିନ ସମହାଧନ ହୋଈ ପାରିନଥିଲା I ଯାହାକୁ ନେଇ ଆଲିଗଣ୍ଡା ଗ୍ରାମ୍ୟ ବାସୀ ଉଚ୍ଚ ସ୍ତରୟ ପଜନ୍ତ ଅଭିଯୋଗ କରିବା ପରେ ୨୧, ୬ମଙ୍ଗଳବାର ଦିନ ମୋହନା ବ୍ଲକ ପରିସ୍ୱର ରେ ଉପଜିଲ୍ଲାପାଳ ଆଲୋକ କୁମାର୍ ପ୍ରଧାନ, ଅତିରିକ୍ତ ଉପଜିଲ୍ଲାପାଳ ଯୁଗୁଲି ବେହେରା, ଏସଡିପିଓ ଦିଲ୍ଲୀପ କୁମାର ନାୟକ, ତହସିଲଦାର କିଶୋର ଦାଶ, ଥାନା ଅଧିକାରୀ ଆନନ୍ଦ ପାତ୍ର, ଅତିରିକ୍ତ ତହସିଲଦାର ହିମାଂଶୁ ପୋଲାଇ ଉପସ୍ଥିତ ରେ ଦୁଇ ଗ୍ରାମ ର ବୁଦ୍ଧିଜୀବୀ ଓ ବଇଯାଷ୍ଟ ଲୋକ ଙ୍କ ଉପସ୍ଥିତ ରେ ଉଭୟ ଙ୍କ ଅଭିଯୋଗ ଶୁଣିବା ପରେ ଯେଉଁ ଜମି କୁ ନେଇ ରହିଥିବା ବିବାଦ ଏଭଳି ଦୁଇ ଙ୍କ ମଧ୍ୟରେ ସମାଧାନ ହେଲା ଉକ୍ତ ଜମି ରେ ଯାହା ଫଳିବ ଦୁଇ ଗ୍ରାମ ବାସି ବୁଝା ବଣା କରି ବାଣ୍ଟି କୁଣ୍ଟୀ ଚଳିବେ ଏବଂ ଭାଇଚାରା ନେଇ ଚାଲିବା ପାଇଁ ଉଭୟ ଙ୍କ ମଧ୍ୟରେ ବୁଝା ବଣା ହୋଇଚି I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ