ବହୁ ଚର୍ଚ୍ଚିତ ପୁତ୍ରବଧୂ ଶିଵାଙ୍ଗି ମୃତ୍ୟୁ ମାମଲାରେ ଶଶୁରଙ୍କୁ ୧୦ ବର୍ଷ କାରାଦଣ୍ଡ : ଶାଶୁ, ସ୍ୱାମୀ ଓ ନଣନ୍ଦଙ୍କ ଖଲାସ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ଓ୍ବାର୍ଡ ନମ୍ବର ୫ ରେ ବିଶିଷ୍ଟ ବ୍ୟବସାୟୀ ରାମ ଗୋପାଲ ଖେମଙ୍କାଙ୍କ ପୁତ୍ର ଅବିନାଶ ଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲାର ଦିପକ ଅଗ୍ରୱାଲ ଙ୍କ ଝିଅ ଶିବାଙ୍ଗୀଙ୍କ ସହିତ ୨୮ଏପ୍ରିଲ ୨୦୧୫ ବୈଦିକ ରୀତିନୀତି ଅନୁସାରେ ବିବାହ ସଂପନ୍ନ ହୋଇଥିଲା । କିନ୍ତୁ ସୁଖର ସଂସାର ବେଶି ଦିନ ତିଷ୍ଠିଲା ନାହିଁ । ରାମ ଗୋପାଲଙ୍କ ପୁତ୍ରବଧୂ ଶିବାଙ୍ଗୀ ଖେମକାକୁ ୧୨/୧/୨୦୧୮ ମସିହାରେ ପୂର୍ବାହ୍ନରେ ଅର୍ଦ୍ଧ‌ଦ୍ଗଧ ଅବସ୍ଥାରେ ତାଙ୍କ ବାସ ଭଵନରୁ ରାଇରଙ୍ଗପୁର ଟାଉନ‌ପୋଲିସ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରି ପରେ ଜାମସେଦପୁର ଟାଟାମେଡିକାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।ଟାଟାରେ ଚିକିତ୍ସାଧୀନ ଅବସ୍ଥାରେ ଶିବାଙ୍ଗୀର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ପିଡିତାଙ୍କ ପରିବାର ତରଫରୁ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ଓ କେଶ ମାମଲା ରୁଜୁ ୬/୨୦୧୮ ରୁଜୁ ହୋଇଥିଲା । ଏଥିରେ ଶୁଶୁର ରାମ ଗୋପାଲ ଖେମକା,ଶାଶୁ ସୁନିତା ଖେମକା, ସ୍ୱାମୀ ଅବିନାଶ ଖେମକା,ଏବଂ ନଣନ୍ଦ ପାୟଲ ଖେମକାଙ୍କ ନାମରେ କେଶ ରୁଜୁ ହୋଇଥିଲା । ଏହିଘଟଣାଟି ରାଇରଙ୍ଗପୁର କୋର୍ଟରେ ଏସଟି କେଶ ନମ୍ବର ୧୭/୨୦୧୮ ମାମଲା ରୁଜୁ ହୋଇଥିଲା । ଏଥିରେ ଦଫା ୩୭୬,୩୦୬ ଏବଂ ୪୯୮(ଦୁଷ୍କର୍ମ, ଆତ୍ମହତ୍ୟା ଉସୁକାଇବା ଓ ଯୌତୁକ ନିର୍ଯାତନା) ଲାଗିଥିଲା । ଏହି ମାମଲାରେ ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ପୋଲିସ ରିପୋର୍ଟ, ପାରିପାର୍ଶ୍ବିକଘଟଣାବଳି ଏବଂ୪୭ ଜଣଙ୍କ ସାକ୍ଷୀ ବୟାନକୁ ଆଧାର କରି ପିଡିତାଙ୍କ ଶଶୁରୁ ରାମ ଗୋପାଲ ଖେମକାଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ଅନାଦେୟ ୫୦୦୦ ଟଙ୍କା ଜୋରିମାନା ରାୟ ଶୁଣାଣି କରିଛନ୍ତି। ତଦସହ ସ୍ୱାମୀ ଅବିନାଶ ଖେମକା, ଶାଶୁ ସୁନିତା ଖେମକା ଏବଂନଣନ୍ଦ ପାୟଲ ଖେମକାଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି । ପୂର୍ବରୁ ରାମ ଗୋପାଲ ଖେମକା ଗିରଫ ଥିଲେ ।ଗତ ଜାନୁଆରୀ ୨୦୨୨ ରେ ହାଇକୋର୍ଟ ରୁ ଜାମିନ ପାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ