ବହୁ ଚର୍ଚ୍ଚିତ ରକ୍ତଚନ୍ଦନ କାଠ ତସ୍କରୀ: ଓଡିଶା ଆସିବ ଆନ୍ଧ୍ର ପୋଲିସ,

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବହୁ ଚର୍ଚ୍ଚିତ ରକ୍ତ ଚନ୍ଦନ କାଠ ତସ୍କରି ଘଟଣା ଏବଂ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଣ୍ଡହାତି ବାସିନ୍ଦା ଦୁଇଜଣ ଆନ୍ଧ୍ର ପୋଲିସ ଦ୍ବାରା ଗିରଫ ଘଟଣା ଗଜପତି ଜିଲ୍ଲା ପ୍ରଶାସନ ସମେତ ଏବଂ ବନ ବିଭାଗକୁ ହରଡ ଘଟଣାରେ ପକାଇବା ସଙ୍ଗେ ସଙ୍ଗେ ରାଜ୍ୟ ସରକାର ମଧ୍ୟ ଆନ୍ଧ୍ର ପ୍ରଦେଶରେ ବେଜିତ୍ ହେବାକୁ ପଡ଼ିଛି l ଆନ୍ଧ୍ର ପ୍ରଦେଶରେ ଫିଲ୍ମ ଷ୍ଟାଇଲରେ ରକ୍ତ ଚନ୍ଦନ ଚାଲାଣ ମାମଲା । ଦୁଇ କୋଟି ମୂଲ୍ୟର ୪ ହଜାର କିଲୋରୁ ଉର୍ଦ୍ଧ ରକ୍ତ ଚନ୍ଦନ କାଠ ଚାଲାଣ ବେଳେ ଆନ୍ଧ୍ର ପ୍ରଦେଶ ପୋଲିସ ହାତରେ ଧରା ପଡ଼ିଥିଲେ । ଏନେଇ ଗଜପତି ଜିଲ୍ଲାରୁ ଦୁଇଜଣଙ୍କୁ ଗିରଫ କରାଯାଇଛି । ତେବେ ସୂଚନା ଅନୁଯାୟୀ, ଆଜି ଗଜପତି ଜିଲ୍ଲା ବନ ବିଭାଗ ପକ୍ଷରୁ ଏକ ଟିମ୍ ସୀମାନ୍ତ ଆନ୍ଧ୍ର ଓ ଓଡ଼ିଶା ରେ ଥିବା ଲାବଣ୍ୟଗଡ ଓ ଗଣ୍ଡାହାତି ଅଞ୍ଚଳର ଚନ୍ଦନ ବଣରେ ରକ୍ତ ଚନ୍ଦନ ଗଛ ଗୁଡ଼ିକର ଯାଞ୍ଚ କରିଥିଲା । ତେବେ ତିତିଲି ବାତ୍ୟା ବେଳେ ଟଳିପଡ଼ିଥିବା ସମସ୍ତ ଚନ୍ଦନ ଗଛ କାଠ ସୁରକ୍ଷିତ ରହିଥିବା ଜଣାପଡିଛି । ଏଥିସହ ପୂର୍ବ ରେକର୍ଡ ଅନୁସାରେ ଗୋଟେ ବି କାଠ ଚାଲାଣ ହୋଇନଥିବା କହିଛି ବନ ବିଭାଗ କିନ୍ତୁ ଆନ୍ଧ୍ର ପୋଲିସ ଆସିଲେ ଏ ବିଷୟ ତଦନ୍ତରେ ଓଡ଼ିଶା ବନ ବିଭାଗ ତରଫରୁ ସସସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି ଡିଏଫ୍ଓ ।ସୂଚନାଥାଉ କି, ଗଜପତି ଜିଲ୍ଲାର ଗଣ୍ଡାହାତୀ ଅଞ୍ଚଳରୁ ଦୁଇକୋଟିରୁ ଅଧିକ ଟଙ୍କାର ଚନ୍ଦନ କାଠ ଚେନ୍ନାଇ ଚାଲାଣ ହେଉଥିବା ବେଳେ ଆନ୍ଧ୍ରର ଶ୍ରୀକାକୁଲମ୍ ପୁଲିସ ହାତରେ ଧରା ପଡିଥିଲେ ଚନ୍ଦନକାଠ ତସ୍କରୀ । କିଛି ରକ୍ତଚନ୍ଦନ ଗଣ୍ଡିକୁ ଧରି ବିଶାଖପାଟଣା ଅଭିମୁଖେ ଯାଉଥିବା ୪ହଜାର ୨କିଲୋ ଓଜନର ରକ୍ତ ଚନ୍ଦନ କାଠ ବୋଝେଇ ଟ୍ରକକୁ ଆନ୍ଧ୍ରର ଟେକ୍କାଲି ନିକଟରେ ଶ୍ରୀକାକୁଲମ୍ ପୁଲିସ୍ ଜବତ କରିଥିଲା । ରକ୍ତଚନ୍ଦନ ଗଣ୍ଡି ଚୋରା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୧ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଏହି ଘଟଣାରେ ଅନ୍ୟ ୪ଜଣ ଏବେ ବି ଫେରାର୍ ଅଛନ୍ତି । ହଜାର ହଜାର ଗଛ ମଧ୍ୟରୁ ବର୍ତ୍ତମାନ ହାତଗଣତି କିଛି ଗଛକୁ ବାଦଦେଲେ ବଳକା ସବୁ ଗଛ ଚାଲାଣ ହୋଇସାରିଥିବା ଲୋକେ ଅଭିଯୋଗ କରିବା ସହ ବନବିଭାଗର ଦାୟିତ୍ବ ହୀନତା ପ୍ରତି ଅଙ୍ଗୁଳି ଉଠାଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଗଜପତିରୁ ଚନ୍ଦନ ଗଛ କଟାଯାଉଛି ଏବଂ ଟ୍ରକରେ ଲୋଡ ହୋଇ ଯାଉଛି ଆଉ ତାର ଟେର ପାଉନି ବନବିଭାଗ ଓଡିଶାରୁ ରକ୍ତ ଚନ୍ଦନ ଭଳି ଦୁର୍ଲଭ ଗଛ ଚୋରି ହେବା ଦ୍ବାରା ଓଡ଼ିଶା ବଦନାମ ହେବା ସହ କୋଟି କୋଟି ଟଙ୍କାର ରଜସ୍ବ ହାନୀ ମଧ୍ୟ ହେଉଛି । ଏହି କାଠ ଯଦି ଓଡ଼ିଶାରେ ଜବତ ହୋଇଥିଲେ ଓଡ଼ିଶାରେ ରହିଥାନ୍ତା, କିନ୍ତୁ ତାହା ବର୍ତ୍ତମାନ ଆନ୍ଧ୍ରରେ ରହିବ । ତେଣୁ ଏହା ଓଡ଼ିଶାର କ୍ଷତି ବୋଲି ବୁଦ୍ଧିଜୀବିମାନେ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ