ଗଜପତି ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଯୁବମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ ବିଜେଡି ସରକାରଙ୍କ ୨୨ବର୍ଷ ଶାସନ କାଳ ଉପରେ , ୨୨ଟି ପ୍ରଶ୍ନ କୁ ନେଇ ଏକ ପ୍ରେସମିଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ କୁମାର ଜେନା ଏହି ପ୍ରେସମିଟରେ ଅଧିକ ସୂଚନା ଦେଇ କହିଥିଲେ।ଗତ କିଛିଦିନ ତଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଏୱାର୍ଡ ପାଇଥିଲେ । ସେହି ଏୱାର୍ଡ କୁ ନେଇ ବିଜେଡି ପକ୍ଷରୁ ଜୋରଦାର ଉତ୍ସବ ପାଳନ କରିଥିବା ବେଳେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଏହାକୁ ଦୃଢ଼ ବିରୋଧ ଓ ସମାଲୋଚନା କରାଯାଇଛିରଜ୍ୟର ବିଜେଡି ସରକାରଙ୍କ ୨୨ ବର୍ଷର ଶାସନ କାଳ ମଧ୍ୟରେ ରାଜ୍ୟରେ ସେଭଳି କୌଣସି ବିକାଶ କାର୍ଯ୍ୟ ହୋଇ ପାରିନାହିଁ। ସେଥିପାଇଁ ରାଜ୍ୟ ସ୍ତରରେ ବିଜେପି ଯୁବମୋର୍ଚ୍ଚା ବିଜେଡି ସରକାର ପାଖରେ ୨୨ ଟି ପ୍ରଶ୍ନ ପଚାରିଛି ।ଏହି ସମସ୍ତ ୨୨ ଟି ପ୍ରଶ୍ନକୁ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ସମର୍ଥନ କରା ଯାଇଥିବା ବେଳେ ଜିଲ୍ଲା ସ୍ତରରେ ମଧ୍ୟ ଅବହେଳିତ ଥିବା ଗଜପତି ଜିଲ୍ଲା ପାଇଁ ୨୨ଟି ପ୍ରଶ୍ନ ବିଜେଡି ସରକାରଙ୍କୁ ପଚରା ଯାଇଛି ।ସେହି ପ୍ରଶ୍ନ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଗଜପତି ଜିଲ୍ଲାର ଗଙ୍ଗାବାଡ ଠାରେ ସିମା ବିବାଦ , ସେଠାରେ ରାସ୍ତାଘାଟ ଓ ବିଦ୍ୟୁତ୍ ଓ ପାନୀୟ ଜଳ ଅଭାବ , ପହରା ଅଭାବ ଜଙ୍ଗଲରୁ ରକ୍ତ ଚନ୍ଦନ ଗଛ କଟାଯାଇ ବାହାରକୁ ଚାଲାଣ , ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ବିକାଶ ଅଭାବରେ ଅପନ୍ତରା ଓ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା , ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି କଲେଜରେ ଅଧ୍ୟାପକ ଅଭାବ , ବୃନ୍ଦାବନ ପ୍ୟାଲେସ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ପ୍ରଭୃତି ଉପରେ ବିକାଶ କେବେ ହେବା ବୋଲି ପ୍ରଶ୍ନ କରାଯାଇଛି ।ରାଜ୍ୟ ସରକାର କିଣା ଏୱାର୍ଡ ଆଣି ବାହାବା ନେବା ବନ୍ଦ କରନ୍ତୁ , ରାଜ୍ୟ ତଥା ଜିଲ୍ଲା ଅଞ୍ଚଳର ବିକାଶ ପାଇଁ ଦୃଷ୍ଟି ଦିଅନ୍ତୁ l ନଚେତ୍ ବିଜେପି ଯୁବମୋର୍ଚ୍ଚା ଏହାରବିରୁଦ୍ଧରେ ରାଜ ରାସ୍ତାକୁ ଓହ୍ଲାଇବ ଏବଂ ରାଜ୍ୟ ସରକାର ତାର ଆକ୍ରୋଶରଶିକାରହେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି କହିଛନ୍ତି ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ବାବୁନା ବେହେରା ଓ ଯୁବମୋର୍ଚ୍ଚା ର ଶ୍ରୀ କେ ଯୁବରାଜ ପ୍ରମୁଖ ମଞ୍ଚାସିନ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ