ବହୁ ପ୍ରତିକ୍ଷାର ଅନ୍ତ: କାଲିଠାରୁ ଆରମ୍ଭ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା, ୭ ଦିନ ଅନୁମତି
କଡ଼ା ସୁରକ୍ଷା ବଳରେ ସ୍ୱଳ୍ପ ଭକ୍ତଙ୍କ ଗହଣରେ ମା’ଙ୍କୁ ଆମନ୍ତ୍ରଣ
ବ୍ରହ୍ମପୁର, ( ଅନିଲ କୁମାର): ବହୁ ବାଦ ବିବାଦ ପରେ କାଲିଠାରୁ ଆରମ୍ଭ ହେବାକୁ ଯାଉଛି ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ିଠାକୁରାଣୀଙ୍କ ଯାତ୍ରା । ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଥିବା ବେଳେ ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆସନ୍ତା ୯ ତାରିଖ ରାତିରୁ ଆରମ୍ଭ ହୋଇ ମାତ୍ର ୭ ଦିନ ଚାଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନେଇ ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ କମିଶନର ଏଥିପାଇଁ ଦେଶୀ ବେହେରା ସାହିଠାରେ ମାଁଙ୍କ ଅସ୍ଥାୟୀ ମନ୍ଦିର ନିର୍ମାଣ ସହ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି । ଜିଲ୍ଲା ପ୍ରଶାସନର ସହଯୋଗରେ ଚଳିତ ବର୍ଷ କରୋନା ଯୋଗୁଁ ୭ ଦିନ ପାଇଁ ଯାତ୍ରା କରିବାକୁ ଅନୁମତି ପ୍ରଦାନ କରାଯାଇଛି । ପୁର୍ବରୁ ଏହି ଯାତ୍ରାର ସୁପରିଚାଳନା ନେଇ ମହାନଗର ନିଗମ କମିଶନର ଡ଼କଫର ସିଦ୍ଧେଶ୍ୱର ବଳିରାମ ବନ୍ଦାର, ଉପଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ଓ ବିଧାୟକ ବିକ୍ରମ ପଣ୍ଡାଙ୍କ ଉପସ୍ଥିତିରେ ଯାତ୍ରା ପରିଚାଳକ ପି.ଦୂର୍ଗା ପ୍ରସାଦ ଦେଶୀ ବେହେରା ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବୈଠକ ଆୟୋଜିତ ହେବା ପରେ ଯାତ୍ରା ଆୟୋଜନ ନେଇ ପ୍ରସ୍ତìତି ଜୋରଦାର ହୋଇଛି। ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣାକୁ ଗୃରୁତ୍ୱ ଦିଆଯାଇଛି । ତେଣୁ ପୁନର୍ବାର ବୁଧବାର ମହାନଗର ନିଗମ କମିଶନର ଡ଼କଫର ସିଦ୍ଧେଶ୍ୱର ବଳିରାମ ବନ୍ଦାର, ଏସ୍ଡିପିଓ ବିଷ୍ଣ ପ୍ରସାଦ ପତି, ଜନସ୍ୱାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ ଇଂ.ଦେବ ସୁନ୍ଦର ମହାପାତ୍ର ଓ ଅଗ୍ନିଶମ ଅଧିକାରି ସନାତନ ମହାପାତ୍ରଙ୍କ ଉପସ୍ଥିତିରେ ଏକ ଜରୁରୀ ବୈଠକ ଆୟୋଜନ କରାଯାଇ କିଭଳି କରୋନା କଟକଣା ମଧ୍ୟରେ ମାଁ ନିଜ ମନ୍ଦିରରୁ ଦେଶୀ ବେହେରା ସାହିସ୍ଥିତ ଅସ୍ଥାୟୀ ମନ୍ଦିର ତଥା ବାପ ଘରକୁ ଆସିବେ ସେଥିନେଇ ବିସ୍ତୃତଭାବେ ଆଲୋଚନା କରାଯାଇଥିଲା । ଏଠାରେ ପାନୀୟ ଜଳ ବ୍ୟବସ୍ଥା ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା । କରୋନାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ମଧ୍ୟରେ ମ’ଙ୍କୁ ଆମନ୍ତ୍ରଣ କରାଯିବ ବୋଲି ଏଠାରେ ସ୍ଥିର ହୋଇଥିବା ଜଣାଯାଇଛି । ଜିଲ୍ଲା ପ୍ରଶାସନର କରୋନା କଟକଣା ନିୟମ ଅନୁଯାୟୀ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ଏଠାରେ ଯାତ୍ରା ପରିଚାଳକ ପି. ଦୁର୍ଗା ପ୍ରସାଦ ଦେଶୀ ବେହେରା ସୁଚନା ଦେଇଛିନ୍ତି । ଚଳିତ ବର୍ଷ ଭକ୍ତମାନେ ଅସ୍ଥାୟୀ ମଣ୍ଡନରେ କେବଳ ମାଁଙ୍କ ଦର୍ଶନ କରିପାରିବେ କିନ୍ତୁ ପୁଜା କରିପାରିବେ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।


