ବାଂଲାଦେଶ: ୨୨ ମହଲା କୋଠାରେ ଅଗ୍ନିକାଣ୍ଡ ୫ ମୃତ, ୬ଠ ଆହତ
ଢାକା(ଏଜେନ୍ସି): ବାଂଲାଦେଶର ରାଜଧାନୀ ଢାକାର ବନାନୀ ଅଞ୍ଚଳରେ ଥିବା ଏକ ୨୨ମହଲା କୋଠାରେ ଗୁରୁବାର ଅଗ୍ନିକାଣ୍ଡ ଘଟି ଅନୁୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଠରୁ ଅଧିକ ଆହତ ହୋଇଛନ୍ତି । ନିଆଁ ଲିଭାଇବା ପାଇଁ ବାୟୁ ସେନା ଏବଂ ନୌସେନା ଯବାନଙ୍କୁ ମୁତୟନ କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଗୁରୁବାର ଅପରାହ୍ଣ ପ୍ରାୟ ୧୨ଟା ୫୨ସମୟରେ ବନାନୀ ଅଞ୍ଚଳସ୍ଥିତ ଏକ ୨୨ ମହଲା କୋଠାର କେତେକ ମହଲାରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା । ଚାହୁଁଚାହୁଁ ନିଆଁ ଅନ୍ୟ ମହଲାକୁ ବ୍ୟାପିଯାଇଥିଲା । ଜୀବନ ବଞ୍ଚାଇବା ପାଇଁ କେତେକ ଲୋକ କୋଠାରୁ ତଳକୁ ଡେଇଁ ଆହତ ହୋଇଛନ୍ତି । ଜଳନ୍ତା ଅବସ୍ଥାରେ ୬ଜଣ ତଳକୁ ଡେଇଁ ପଡ଼ିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହେଲିକପ୍ଟର ଯୋଗେ ଜଳୁଥିବା କୋଠା ଉପରେ ପାଣି ଢଳାଯାଇଛି । ଉପର ମହଲାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଅଭିଯାନ ଜାରି ରହିଛି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୨୨ପ୍ଲାଟୁନ୍ ଅଗ୍ନିଶମ ଦଳ ଓ ଦମକଳ ଗାଡ଼ି ମୁତୟନ କରାଯାଇଛି । ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡ଼ିନାହିଁ । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।