ବାଇକୁଣ୍ଡିଆ ପଡିଥିବାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ଉତ୍ତେଜନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପଞ୍ଚାୟତ କାର୍ଯ୍ୟାଳୟରେ ବାଇକୁଣ୍ଡିଆ ପଡିଥିବାକୁ ନେଇ ଉତ୍ତେଜନା ଦେଖାଦେଇଛି । ଘଟଣାରୁ ପ୍ରକାଶ ଯେ, ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟ କାର୍ଯ୍ୟାଳୟକୁ ନବ ନିର୍ବାଚିତ ସରପଞ୍ଚ, ସମିତି ସବ୍ୟ ଓ ଗ୍ରାମର କେତେକ ଲୋକଙ୍କ ସହ ସଭା ଗୃହ ସ୍ଥିତ ଚୌକିରେ ବସିଥିଲେ । ଏହାର କିଛି ସମୟ ପରେ ସମସ୍ତଙ୍କ ଦେ ହାତ କୁଣ୍ଡେଇ ହୋଇଥିଲା । ଏହାକୁ ନେଇ ଚହଳ ସୃଷ୍ଟି ହୋଇଥିଲା । ଏଭେଳି କାହିଁକି ହେଉଛି କହି ସମସ୍ତେ ତନାଘନା କରିଥିଲେ । ଏହି ସମୟରେ ଚେୟାର ଓ ଟେବୁଲରେ ବାଇକୁଣ୍ଡିଆ ପଡିଥିବାର ଦେଖିବାକୁ ପାଇଥିଲେ । ଏହି ଖବର ଶୁଣିବା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଥିଲେ । ଏହି ଘଟଣା ସମ୍ପର୍କରେ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା । ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟାଳୟ କର୍ମଚାରୀଙ୍କ ଠାରୁ ସମସ୍ତ ଘଟଣା ବିଷୟରେ ପଚାରି ବୁଝିଥିଲେ । ଅଧିକ।।ରୀ ଘଟଣା ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେବାରୁ ଲୋକେ ରାସ୍ତା ରୋକ କହିବାକୁ ଯାଉଥିଲେ । ବିଡିଓ ରାଜାରଞ୍ଜିତ ପ୍ରତାପ ବଳ ଓ ରାୟଗଡ ଥାନା ଅଧିକାରୀ ଗୋବିନ୍ଦ ଗୌଡ ପହଞ୍ଚି ସମସ୍ତ ଘଟଣା ବିଷୟରେ ପଚାରି ବୁଝିଥିଲେ । ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ବନ୍ଦ ହୋଇଥିଲା । ନିର୍ବାଚନରେ ଜଣେ ପ୍ରାର୍ଥୀ ହାରି ଯାଇଥିବାରୁ ସେ ଏଭଳି କାର୍ଯ୍ୟ କରିଥିବା ଚର୍ଚ୍ଚା ଧରିଥିଲା । ପଞ୍ଚାୟତ କାର୍ଯ୍ୟାଳୟରେ ସିସି କ୍ୟାମେରା ଓ ନୂଆ ତାଲା ଲଗାଇବାକୁ ବିଡିଓ ଶ୍ରୀ ବଳ ସରପଞ୍ଚଙ୍କୁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ