ମାର୍କେଟ କମ୍ପ୍ଲେକ୍ସ ଠାରେ ବିଜେପିର ନିର୍ବାଚନୀ କାର୍ଯ୍ୟାଳୟ ଉଦଘାଟିତ

ଛତ୍ରପୁର, (ଦେବଦତ୍ତ ମହାରଣା) :ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଛତ୍ରପୁର ଏନଏସି ରେ ସମସ୍ତ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟକ୍ରମ ଜୋରସୋର ରେ ଆରମ୍ଭ କରାଯାଇଛି l ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଛତ୍ରପୁର ସୁବାରାଓ ମାର୍କେଟ କମ୍ପ୍ଲେକ୍ସ ଠାରେ ବିଜେପି ନିର୍ବାଚନୀ କାର୍ଯ୍ୟାଳୟକୁ  ରାଜ୍ୟ ଉପସଭାପତି ଭୃଗୁ ବକ୍ସି ପାତ୍ର ଓ ବିଜେପି ଗଞ୍ଜାମ  ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି l ପରେ ଛତ୍ରପୁର ଏନଏସି ର ଚେୟାରମ୍ୟାନ ପ୍ରାର୍ଥୀନୀ ଶର୍ମିଷ୍ଠା ପ୍ରଧାନ ଓ ସମସ୍ତ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କ ନିମନ୍ତେ ଛତ୍ରପୁର ସହରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସି ପାତ୍ର ଓ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା  ମାରଥାନ ପ୍ରଚାର କରିଛନ୍ତି l ଏହାସହିତ ପ୍ରଧାନମନ୍ତ୍ରୀ ଙ୍କ ବିଭିନ୍ନ ଜନ ହିତକର ଯୋଜନାକୁ ଲୋକଙ୍କୁ କହିବା ସହ ବିଜେପି ର  ଚେୟାରମ୍ୟାନ ପ୍ରାର୍ଥୀନୀ ଶମିଷ୍ଠା ପ୍ରଧାନ ଓ ସମସ୍ତ କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟ ଯୁକ୍ତ କରିବା ପାଇଁ ଏନଏସି ବାସିନ୍ଦାଙ୍କୁ ନିବେଦନ କରିଥିଲେ l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ବିଜେପି ଛତ୍ରପୁର ଏନଏସି ଚେୟାରମ୍ୟାନ ପ୍ରାର୍ଥୀନୀ ଶର୍ମିଷ୍ଠା ପ୍ରଧାନ, ଛତ୍ରପୁର ମଣ୍ଡଳ ସଭାପତି ସଂଜିତ ରାଉଳ, ଗଞ୍ଜାମ ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ବିଜେପି ନେତା କେ. ଚନ୍ଦ୍ର ଶେଖର ରେଡ୍ଡୀ , ଆଇନଜୀବୀ ପ୍ରଦୀପ କୁମାର ପାଢ଼ୀ ଓ ଏନ. ଦୀନବନ୍ଧୁଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ସାମିଲ  ରହି  ସମସ୍ତ ଦଳୀୟ ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କ ନିମନ୍ତେ ପ୍ରଚାର କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ