ବାଇକ୍‌–ବୋଲେର ମୁହଁମୁହିଁ ଧୋକ୍କା ୨ ଆହତ, ଘଟଣାସ୍ଥଳରେ ଉତେଜନା

ଯୋଡା,(ସମୀର କୁମାର ଦାସ): ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ରେଲୱେ ଓଭରବ୍ରିଜ ନିକଟରେ ବାଇକ୍ ଓ ବୋଲେର ମୁହାଁମୁହିଁ ଧୋକ୍‌କା ହେବାରୁ ୨ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ ଇନ୍ଦ୍ର ମାଝୀ ଓ ତାଙ୍କ ସମ୍ପର୍କୀୟ କସ୍ତୁରୀ ମାଝୀ ଓଡି ୩୩ ଏନ୍ ୪୨୭୪ ନଂ ଏକ ବାଇକ୍ ଯୋଗେ ଜୁରୁଡିରୁ ବନ୍ଧୁଆବେଡା ଅଭିମୁଖେ ଯାଉଥିବାବେଳେ ବିପରୀତ ଦିଗରୁ ଓଡି ୦୯ ଜି ୧୨୭୧ ନଂ ବୋଲେର ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଇନ୍ଦ୍ର ଓ କସ୍ତୁରୀ ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଟାଟାଷ୍ଟିଲ ହସ୍ପିଟାଲକୁ ନିଆଯାଇଥିଲା । ବାଇକ୍‌ଟି ସମ୍ପୁର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଛି । ଘଟଣାସ୍ଥଳରେ ଉତେଜନା ଦେଖାଯାଇଥିଲା । ଉତେଜନାକାରୀ ମାନେ ବୋଲେରଟିକୁ ଭଙ୍ଗାରୁଜା କରିଥିଲେ । ବାମେବାରୀ ପୋଲିସ ଘଟଣାସ୍ଥଳରେ ପହଁଚି ଉତେଜନାକୁ ନିୟନ୍ତ୍ରଣ କରିଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ