ବାଇକ୍ ଡିକି ଭାଙ୍ଗି ୫୫ ହଜାର ଲୁଟ୍

ଦଶପଲ୍ଲା (ଯୁଗାଦ୍ଧ ନ୍ୟୁଜ): ଦଶପଲ୍ଲାରେ ଏବେ ମାତିଛନ୍ତି ଲୁଟେରା । ପୂର୍ବରୁ ଜାତୀୟ ରାଜପଥ ଉପରେ ବ୍ୟବସାୟୀଙ୍କୁ ପିଛା କରି ଲୁଟ୍ ତରାଜ ଚଳାଇ ଆସୁଥିବା କିଛି ଲୁଟେରାଙ୍କୁ ପୁଲିସ ଗିରଫ କରିବା ପରେ ଏବେ ନୂଆ ଫର୍ମୁଲା ଆପଣେଇଛନ୍ତି ଲୁଟେରା । ସେମାନଙ୍କ ଟାର୍ଗେଟରେ ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଗ୍ରାହକ । ବିଭିନ୍ନ ବ୍ୟାଙ୍କ ସମ୍ମୁଖରୁ ଗ୍ରାହକଙ୍କୁ ପିଛା କରି ଏଭଳି ଲୁଟ୍ କରିଚାଲିଛନ୍ତି କିଛି ଲୁଟେରା । ଶନିବାର ସ୍ଥାନୀୟ ତ୍ରିନାଥ ବଜାରଠାରୁ କ୍ଷଣିକ ମୁହୂର୍ତ୍ତରେ ଜଣେ ବ୍ୟବସାୟୀଙ୍କ ଡିକି ଭାଙ୍ଗି ୫୫ ହଜାର ଟଙ୍କା ଲୁଟ୍ କରିବାରେ ସକ୍ଷମ ହୋଇଛନ୍ତି ଲୁଟେରା । ଗତ ୮ ଦିନ ମଧ୍ୟରେ ସମାନ ଢଙ୍ଗରେ ଗୋଟିଏ ସ୍ଥାନରୁ ଦୁଇ ଜଣଙ୍କ ଠାରୁ ଏଭଳି ଲୁଟ୍ ହେବା ଘଟଣା ଏବେ ପୁଲିସ୍ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ଗତ ୨୭ ତାରିଖ ଦିନ ଦଶପଲ୍ଲା ଥାନା ଅନ୍ତର୍ଗତ ସାକେଣୀ ଗ୍ରାମର ଅହଲ୍ୟା ଖିଲାର ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୧୫ ହଜାର ଟଙ୍କା ଉଠାଇପୂର୍ବର ତ୍ରିନାଥ ବଜାରଠାରେ ଟଙ୍କା ବ୍ୟାଗ ଥୋଇ ଏକ ନଳକୂଅରୁ ପାଣି ପିଉଥିବାବେଳେ ତାଙ୍କୁ ପିଛାକରି ଆସୁଥିବା ଦୁଇ ଦୁର୍ବୃତ୍ତ ହଠାତ୍ ବାଇକ୍ରେ ଆସି ଟଙ୍କା ବ୍ୟାଗ୍କୁ ନେଇ ଦୁର୍ଗାବଜାର ଅଭିମୁଖେ ପଳାଇ ଯାଇଥିଲେ । ଆଜି ମଧ୍ୟ ଠିକ୍ ସମାନ ଢଙ୍ଗରେ ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଛି । ମଧ୍ୟାହ୍ନ ପ୍ରାୟ ୧୨ଟାରେ ସ୍ଥାନୀୟ ଗୋହିରିଆପଡା ଗ୍ରାମର ଅଶୋକ ସାହୁ ଷ୍ଟେଟ୍ ବ୍ୟାଙ୍କରୁ ୫୫ ହଜାର ଟଙ୍କା ଉଠାଇଥିଲେ । ବ୍ୟାଙ୍କରୁ ଟଙ୍କା ଉଠାଇ ଗାଡି ଡିକିରେ ଟଙ୍କା ରଖି ସେ ତ୍ରିନାଥ ବଜାରଠାରେ ତାଙ୍କ ପୁଅ ଦେଇଥିବା ଇଲେକ୍ଟ୍ରି ଦୋକାନକୁ ଆସିଥିଲେ । ଦୋକାନ ସମ୍ମୁଖରେ ଗାଡି ରଖି ଦୋକାନକୁ ଯିବା ସମୟରେ ପିଛା କରି ଆସୁଥିବା ୁଇ ଦୁର୍ବୃତ୍ତ ହଠାତ୍ ଡିକି ଭାଙ୍ଗି ଟଙ୍କା ନେଇ ପଳାଇଥିଲେ । ପ୍ରତ୍ୟକ୍ଷଦର୍ଶିଙ୍କ କହିବା ଅନୁଯାୟୀ ସେମାନେ ଏକ ଲାଲ୍ ରଙ୍ଗର ପଲ୍ସରରେ ଆସିଥିଲେ । ଏନେଇ ଅଶୋକ ଥାନାରେ ଅଭିଯୋଗ କରିବା ପରେ ଥାନାଧିକାରୀ ବିଶ୍ୱଜିତ୍ ରାଉତରାୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ