ବାଇକ୍ ଧକ୍କା ରେ ସାଇକେଲ ଆରୋହୀ ମୃତ ପୋଲିସ ର ତଦନ୍ତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଚୁଡ଼ଙ୍ଗପୁର ପଞ୍ଚାୟତ ଦିଗପହଣ୍ଡି ଥାନା ଅଧୀନରେ ଥିବା ତିତିଖଣ୍ଡି ରାସ୍ତା ରେ ଦୁର୍ଘଟଣା ରେ ଜଣେ ବୃଦ୍ଧ ଙ୍କ ମୃତ ହୋଇଥିବା ଜଣାପଡ଼ିଛି। ବୃଦ୍ଧ ଜଣକ ହେଲେ ଚୁଡ଼ଙ୍ଗପୁର ଗ୍ରାମ ର ରାମସ୍ୱାମି ପାତ୍ର(୭୫) ଖବରରୁ ଜଣାପଡିଛି ରାମସ୍ଵାମି ପାତ୍ର ବିଲ ରୁ ସାଇକେଲ ଯୋଗେ ତିତିଖଣ୍ଡି ରାସ୍ତାରେ ଆସୁଥିବା ବେଳେ ବିପରୀତ ଦିଗରୁ ଚୁଡଙ୍ଗପୂର୍ ଗ୍ରାମର ଜି ଅର୍ଜୁନ ପାତ୍ର(୩୦) ବାଇକ୍ ଯୋଗେ ତିତିଖଣ୍ଡି ଯିବା ସମୟରେ ବୃଦ୍ଧ ଙ୍କ ସାଇକେଲ କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ରାମସ୍ବାମୀ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ଏବଂ ଜି ଅର୍ଜୁନ ପାତ୍ର ଛିଟିକି ହୋଇ ବାଇକ୍ ରୁପଡ଼ି ଆଘାତ ହୋଇଛି। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ରେ ଦିଗପହଣ୍ଡି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ ହେଁ ଉପସ୍ଥିତ ଡ଼ାକ୍ତର ମୃତ ଘୋଷଣା କରିଥିଲେ।ଖବର ପାଇ।ଦିଗପହଣ୍ଡି ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲ କୁ ପଠେଇଥିବା ଜଣାପଡ଼ିଛି।