ବାଇକ ଚେକିଂ ବେଳେ ପୁଲିସ ଏଏସଆଇଙ୍କୁ ଦୁର୍ବ୍ୟବହାର ଘଟଣା ଯୁବକ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଥାନା ଏଏସଆଇ ଅଜୟ କୁମାର ନାୟକ ସଦଳବଳେ  ଶନିବାର ସନ୍ଧ୍ୟା ପ୍ରାୟ ୭ ଟାରେ  ସ୍ଥାନୀୟ ପୁଞ୍ଜିକଂୟା ଚାରିଛକ ରେ  ରାସ୍ତାରେ ଚଳପ୍ରଚଳ କରୁଥିବା ବାଇକ ଗୁଡ଼ିକୁ ଚେକିଂ କରୁଥଲେ। ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା କୀର୍ତ୍ତନ ଫାଇ ଫାଇନାନ୍ସ ଦିଗପହଣ୍ଡି ଶାଖା ର କର୍ମଚାରୀ  ଗଣେଶ (ହୋଣ୍ଡା  ବାଇକ ନଂ. ଓଡ଼ି ୩୨ ଡି-୧୪୬୪) ଯୋଗେ  ଦିଗପହଣ୍ଡି ବସଷ୍ଟାଣ୍ଡ ରୁ ପୁଞ୍ଜିକଂୟା ଛକ କୁ ଦୃତଗତି ରେ ଆସୁଥିଲେ। ପୁଲିସ ଏଏସଆଇ ରାସ୍ତାରେ ତାଙ୍କୁ ଅଟକାଇ ବାଇକ ର କାଗଜପତ୍ର ମାଗିଥିଲେ।  ସେ ମନା କରିବାରୁ ଜଣେ ପୁଲିସ କର୍ମଚାରୀ ବାଇକ କୁ ନେଇଯାଇଥିଲେ।  ଏଥିରେ ଉତ୍ତେଜିତ ହୋଇ ଗଣେଶ କର୍ତ୍ତବ୍ୟରତ ଏଏସଆଇ ଙ୍କ ସହ ଯୁକ୍ତିତର୍କ କରି  ତାଙ୍କ ସାର୍ଟ କଲର ଧରି ଦୁର୍ବ୍ୟବହାର କରିଥିଲେ। ଘଟଣାସ୍ଥଳରେ ପ୍ରବଳ ଜନଗହଳି ହୋଇଥିଲା।ଖବରପାଇ ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଅଭିଯୁକ୍ତଙ୍କୁ ବାଇକ ସହ ଥାନାକୁ ନେଇଥିଲେ। ଗଣେଶ ଙ୍କୁ ପୁଲିସ ଗିରଫ କରି ଥାନାରେ ଅଟକ ରଖିଥିଲା। ତାଙ୍କୁ ରବିବାର  କୋର୍ଟ ଚାଲାଣ କରାଯାଇଛି। 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ