ବାଇକ ଜାଲିଦେଲେ ଅଜଣା ଦୁର୍ବୁର୍ତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):କଲ୍ୟାଣପୁର ଗ୍ରାମରେ ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରେ ଥିବା ଏକ ଗ୍ଲାମର ବାଇକ କୁ କେହି ଅଜଣା ଦୁର୍ବୁର୍ତ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ବେଲଗୁଣ୍ଠା ଥାନା କଲ୍ୟାଣପୁର ଗ୍ରାମର ଅଭିରାମ ଗୌଡ଼ଙ୍କ ପୁଅ ବରୁଣ କୁମାର ଗୌଡ଼ ଙ୍କ ବାଇକ ଟି ନିଜ ଘର ସମ୍ମୁଖ ପାଚେରୀ ମଧ୍ୟରେ ରଖିଥିଲେ ଗ୍ରୀଲ ଡେଇଁ ଏହାରି ଭିତରେ ପଶି ପ୍ରାୟ ରାତ୍ର ଦୁଇଟା ସମୟରେ କେହି ନିଆଁ ଲଗାଇ ଦେଇଥିଲା ଶବ୍ଦ ଓ ନିଆଁ ଆଲୁଅ ରେ ପରିବାର ଲୋକ ଙ୍କ ନିଦ ଭାଙ୍ଗିଥିଲା ସେହି ସମୟରେ ବାଇକ ଟି ହୁତହୁତ ହୋଇ ଜଳୁଥିବା ଦେଖିବା ପରେ ପାଣି ପକାଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ଗାଡିଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ।ଗାଡିର ଡିକିରେ ବିଭିନ୍ନ ଦରକାରୀ କାଗଜପତ୍ର ଓ ସାର୍ଟିଫିକେଟ ଗୁଡିକ ମଧ୍ୟ ପୋଡି ନଷ୍ଟ ହୋଇଯାଇଛି ଏ ସମ୍ପର୍କରେ ଗାଡି ମାଲିକ ବେଲଗୁଣ୍ଠା ଥାନାକୁ ଜଣାଇଛନ୍ତି । କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଲା ତା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ