ଦୋକାନ ସାମଗ୍ରୀ ଭାଗବଣ୍ଟାକୁ ନେଇ ଶଳା ଭିଣୋଇ ମଧ୍ୟରେ ଗଣ୍ଡଗୋଳ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଶଳା ଭିଣୋଇ ମିଶି ଏକ ପ୍ଲମ୍ବର୍ ଏବଂ ବୈଦ୍ୟୁତିକ ଉପକରଣ ଦୋକାନ କରିଥିଲେ I ଭିଣୋଇ ନିଜସ୍ୱ ଘର କରିବା ପରେ ଦୋକାନ ସାମଗ୍ରୀ ଧରି ନିଜ ଘରକୁ ଚାଲିଯାଇଥିଲେ I କିନ୍ତୁ ଶଳା ଭିଣୋଇ ମଧ୍ୟରେ ଭାଗ ବଣ୍ଟା ହୋଇପାରିନଥିବା ଏବଂ ସମସ୍ତ ସାମଗ୍ରୀ ଭିଣୋଇ ନେଇଯାଇଥିବା ଘଟଣାକୁ ଶଳା, ଶାଶୁ ବିରୋଧ କରି ଆସୁଥିଲେ I ବିଭିନ୍ନ ସମୟରେ ଏହି ଘଟଣାକୁନେଇ ଝଗଡ଼ା ଲାଗି ରହୁଥିବା ବେଳେ ଆଜି ତାହା ଉଗ୍ରରୂପ ଧାରଣ କରିଥିଲା I ଆଜି ଜ୍ଵାଇଁଙ୍କୁ ଶାଶୁ, ଶଳା ଏବଂ ତାଙ୍କର କିଛି ସମର୍ଥକ ସଂଘବଦ୍ଧ ଆକ୍ରମଣ କରିଥିଲେ I ଏହି ଆକ୍ରମଣରେ ଜ୍ୱାଇଁ ସାମାନ୍ୟ ଆହତ ହୋଇଛି I ଏନେଇ ବେଲଗୁଣ୍ଠା ଥାନାରେ ଅଭିଯୋଗ ପାରେ ପୋଲିସ୍ ଛଅ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଦୁଇ ଜଣଙ୍କୁ ଖୁବ୍ ଶୀଘ୍ର ଗୀରଫ କରିବ ବୋଲି ପ୍ରକାଶ କରିଛି I ଖବରରୁ ଜଣାପଡିଛି ଯେ ବେଲଗୁଣ୍ଠା ବାଲିପଦର୍ ରାସ୍ତାରେ ପ୍ଲମ୍ବର୍ ଏବଂ ବୈଦ୍ୟୁତିକ ଉପକରଣ ବିକ୍ରି କରୁ୍ଥିବା ତ୍ରୀପତୀ ସୁବୁଦ୍ଧି ଆଜି ଅପରାହ୍ଣ ତିନି ଘଂଟା ତିରିଶି ମିନିଟ୍ ସମୟରେ ଦୋକାନରେ ଥିବ ବେଳେ ତ୍ରିପତିଙ୍କ ଶଳା ବେଲଗୁଣ୍ଠା ବାଙ୍କି ବଜାରର ସ୍ଵତନ୍ତ୍ର ନାୟକ, ଶାଶୂ ମମିତା ନାୟକ, ଆମ୍ବପୁଆ ଗ୍ରାମର ସୂର୍ଯ୍ୟ ଦଳାଇ, ପୋଲସରାର ଶୁଭେନ୍ଦୁ ପାତ୍ର, ନାରାୟଣ ସହୁ ଅନୀଲ୍ କୁମାର ବିଷୋୟୀ ଏବଂ ବୁଗୁଡ଼ାର ଚିତ୍ତରଞ୍ଜନ ଜେନା, ବେଲଗୁଣ୍ଠାର ହରେକୃଷ୍ଣ ପାତ୍ର ଯାଇ ତ୍ରୀପତୀ ସୁବୁଦ୍ଧିଙ୍କୁ ତାଙ୍କ ଶଳା ସ୍ଵତନ୍ତ୍ରର ଭାଗ ଫେରାଇବା ପାଇଁ କହିଥିଲେ I ଏଥିରେ ସ୍ଵତନ୍ତ୍ରର କିଛି ଜିନିଷ ନାହିଁ, ସବୁ କିଛି ତାଙ୍କ ଜିନିଷ ବୋଲି ତ୍ରୀପତୀ କହିବା ପରେ ସେମାନଙ୍କ ମଧ୍ୟରେ ବଚସା ହୋଇ ସମସ୍ତେ ମିଶି କାଠ ଫାଳିଆ ରେ ତ୍ରୀପତୀଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ତଣ୍ଟି ଚିପିବାକୁ ଚେଷ୍ଟା କରୁଥିବା ନେଇ ତ୍ରୀପତୀ ବେଲଗୁଣ୍ଠା ଥାନାରେ ଏତାଲା ଦେଇଥିଲେ I ଏନେଇ ବେଲଗୁଣ୍ଠା ଥାନାରେ ୩୪୬/୨୩ ଏକ ମାମଲା ରୁଜୁ କରି ବେଲଗୁଣ୍ଠା ଥାନା ଏସ୍ଆଇ ନାରାୟଣ ନାୟକ ଘଟଣାର ତଦନ୍ତ କରି ଆଜି ଶଳା ସ୍ଵତନ୍ତ୍ର, ସୂର୍ଯ୍ୟ ଦଳାଇ, ଶୁଭେନ୍ଦୁ ପାତ୍ର, ନାରାୟଣ ସାହୁ, ଅନୀଲ୍ ବିଷୋୟୀ, ଚିତ୍ତରଞ୍ଜନ ଜେନାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ହରେକୃଷ୍ଣ ପାତ୍ର ଏବଂ ଶାଶୁ ମମିତା ପାତ୍ର ଫେରାର ହୋଇଯାଇଥିବା ଯୋଗୁଁ ତାଙ୍କୁ ଗିରଫ କରାଯାଇପାରି ନାହିଁ I ଆଗାମୀ ଦିନରେ ସେମାନଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟଚାଲାଣ କରାଯିବ ବୋଲି ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I ପ୍ରକାଶ ଥାଉକି ତ୍ରୀପତୀ ଏବଂ ସ୍ଵତନ୍ତ୍ର ମିଶି ବହୁଦିନ ଧରି ବାଙ୍କୀ ବଜାରରେ ଦୋକାନ କରି ଆସୁଥିଲେ I ତ୍ରୀପତୀ କିଛି ଦିନ ହେବ ନିଜସ୍ୱ ଘର ତିଆରି କରି ତାର ଦୋକାନ ସେଠାକୁ ଧରି ପଳାଇଥିଲା I ଦୋକାନର ସବୁ ଜିନିଷ ଭାଗ ନକରି ତ୍ରୀପତୀ ଧରି ଚାଲିଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଜିନିଷର ଭାଗବଣ୍ଟା କଥା ଉଠିଲେ ଏହାକୁ ଏଡାଇ ଚାଲିବା ସହ ସ୍ଵତନ୍ତ୍ରକୁ କୌଣସି ଭାଗ ଦେଉନଥିବା ଯୋଗୁଁ ଉଭୟଙ୍କ ମଧ୍ୟରେ ବହୁବାର ଗଣ୍ଡଗୋଳ ହୋଇ ଆଜି ଏହା ଉଗ୍ରରୂପ ନେଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ